ଲକ୍ଷ୍ମୌ: ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଜଣେ ୬ବର୍ଷୀୟ ଶିଶୁ ନିଜର ଉପସ୍ଥିତ ବୁଦ୍ଧି ବଳରେ ତାର ମା’ର ଜୀବନ ବଞ୍ଚାଇ ଦେଇଛନ୍ତି। 

Advertisment

ସୂଚନାଯୋଗ୍ୟ, ମଡ଼ିହାନ ଥାନା ଅଞ୍ଚଳସ୍ଥ ତେନ୍ଦୁଡୟା ଗୋପାଳପୁରର ବାସିନ୍ଦା ଥିବା କାବେରୀ (ଛଦ୍ମନାମ) ଘରୋଇ  ବିବାଦ କାରଣରୁ ବିଷ ପିଇ ଦେଇଥିଲେ। ଏହାପରେ କାବେରୀ ଅସୁସ୍ଥ ହୋଇ ପଡ଼ିଥିଲେ। ମା’ର ଅସୁସ୍ଥ ଅବସ୍ଥା ଦେଖି କାବେରୀଙ୍କ ୬ବର୍ଷର ଝିଅ ଶିବାନୀ ଭୟଭୀତ ହୋଇଯାଇଥିଲେ। ଏହାପରେ ସେ ସ୍କୁଲରେ ଘୋଷାଯାଇଥିବା ହେଲପଲାଇନ ନମ୍ବର ୧୦୯୦କୁ ମନେ ପକାଇ ଫୋନ କରିଥିଲେ। ଆଉ କହିଥିଲେ, ‘ ମୋ ମା’ ବିଷ ପିଇ ଦେଇଛି। ମୋ ମା’କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ଆବଶ୍ୟକ ହେଉଛି।’

ଅଧିକପଢ଼ନ୍ତୁ:ଅନନ୍ୟ ଉପାୟରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଭାରତୀୟ ବାୟୁସେନା

ସୂଚନା ମିଳିବା ପରେ ମଡ଼ିହାନ ଥାନାର ପୁଲିସ ଓ ପିଆରବି-୧୧୨ ଟିମ ଘଟଣାସ୍ଥଳରେ ପହଞ୍ଚି କାବେରୀଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଠିକ ସମୟରେ କାବେରୀଙ୍କୁ ଚିକିତ୍ସା ମିଳି ପାରିଥିବାରୁ ତାଙ୍କର ଜୀବନ ବଞ୍ଚି ଯାଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି। 

ଅଧିକପଢ଼ନ୍ତୁ:ଚପଲ କିଣିଦେବା ଆଳରେ ଡ଼ାକିନେଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ

ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି, ‘ ଶିବାନୀଙ୍କ ଉପସ୍ଥିତ ବୁଦ୍ଧି ଓ ମିସନ ଶକ୍ତି ଅଭିଯାନର ସଫଳତା ବଡ଼ ଉଦାହରଣ ପାଲଟିଛି। କାରଣ ମିସନ ଶକ୍ତି ପକ୍ଷରୁ ସ୍କୁଲମାନଙ୍କରେ କିଛି ହେଲପଲାଇନ ନମ୍ବର ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥାଏ। ଏହି ଅଭିଯାନରେ ଶିବାନୀ ସାମିଲ ଥିବାରୁ ସେ ଠିକ ସମୟରେ ତାଙ୍କର ଅସୁସ୍ଥ ମା’ଙ୍କ ଜୀବନ ରକ୍ଷା କରି ପାରିଛନ୍ତି। 

mirzapur girlsavedmother