ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ

ଲ‌କ୍ଷ୍ନୌ : ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଗୋପିଗଞ୍ଜ ଗ୍ରାମରେ ଅସଦାଚରଣକୁ ବିରୋଧ କରିବାରୁ କେତେକ ଗୁଣ୍ଡା ଶ୍ରେଣୀୟ ଯୁବକ ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ଉଲଗ୍ନ କରି ରାସ୍ତାରେ ଚଲାଇଥିବା ଜଣାପଡ଼ିଛି। ମହିଳା ଜଣଙ୍କ ଏକ ସରକାରୀ କାର୍ଯ୍ୟକ୍ରମ ପାଇଁ ଫର୍ମ ପୂରଣ ନିମନ୍ତେ ଗ୍ରାମକୁ ଆସିଥିଲେ। ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ପ୍ରତି ଅଶ୍ଳୀଳ ଇଙ୍ଗିତ କରିବାରୁ ସେ ଏହାର ବି‌ରୋଧ କରିଥି‌ଲେ। ଏହାପରେ ଆଉ କେତେକ ଯୁବକ ତାଙ୍କ ହାତ ଧରି ଟାଣି ଥିଲେ। ମହିଳା ଜଣଙ୍କ ଏହାର ବି‌ରୋଧ କରି ପୁଲିସରେ ଏତଲା ଦେବାକୁ କହିବାପରେ ତାଙ୍କୁ ସେମାନେ ମାଡ଼ ମାରିଥିଲେ ଏବଂ ସର୍ବ ସମ୍ମୁଖରେ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ।

ସମ୍ବନ୍ଧିତ ଖବର