ନୂଆଦିଲ୍ଲୀ: ଦେଶରେ ଅତି କମ୍ରେ ୧୫୧ ଜଣ ସାଂସଦ ଓ ବିଧାୟକ ସେମାନଙ୍କ ନିର୍ବାଚନୀ ସତ୍ୟପାଠରେ ମହିଳା-ବିରୋଧୀ ଅପରାଧ ସମ୍ବନ୍ଧୀୟ ମାମଲା ଥିବା ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ସର୍ବାଧିକ ସଂଖ୍ୟକ ସାଂସଦ ଏଭଳି ମାମଲାର ସମ୍ମୁଖୀନ ହୋଇଛନ୍ତି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ରିପୋର୍ଟରେ ଏକଥା ଦର୍ଶାଯାଇଛି। ରିପୋର୍ଟ କହୁଛି, ୨୦୧୯ରୁ ୨୦୨୪ ମଧ୍ୟରେ ନିର୍ବାଚନ ସମୟରେ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠ ମଧ୍ୟରୁ ୪୬୯୩ଟି ଯାଞ୍ଚ କରାଯାଇଥିଲା। ୧୬ ଜଣ ସାଂସଦ ଓ ୧୩୫ ଜଣ ବିଧାୟକ ମହିଳାଙ୍କ ବିରୋଧରେ ଅପରାଧ ସଂକ୍ରାନ୍ତ ମାମଲାର ସମ୍ମୁଖୀନ ହେଉଥିବା ଜଣାପଡ଼ିଥିଲା। ପଶ୍ଚିମବଙ୍ଗର ୨୫ ଜଣ ସାଂସଦ ଓ ବିଧାୟକଙ୍କ ବିରୋଧରେ ମହିଳା-ବିରୋଧୀ ଅପରାଧ ସଂକ୍ରାନ୍ତ ମାମଲା ଥିବା ବେଳେ ଆନ୍ଧ୍ରପ୍ରଦେଶରେ ୨୧ ଜଣ ଏବଂ ଓଡ଼ିଶାରେ ୧୭ ଜଣଙ୍କ ନାମରେ ଏପରି ମାମଲା ରହିଛି।
ରିପୋର୍ଟ ଅନୁଯାୟୀ, ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବିଜେପିର ସର୍ବାଧିକ ୫୪ ସାଂସଦ ଓ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ମାମଲା ଥିବା ବେଳେ କଂଗ୍ରେସର ୨୩ ଜଣ ଏବଂ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ର ୧୭ ଜଣଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ମାମଲା ରହିଛି। ଉଭୟ ବିଜେପି ଓ କଂଗ୍ରେସର ୫ ଜଣ ଲେଖାଏଁ ବିଧାୟକ ଦୁଷ୍କର୍ମ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ଏହି ରିପୋର୍ଟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅଦାଲତ ମାମଲାକୁ ତ୍ୱରାନ୍ୱିତ କରିବା, ପୁଲିସ ଦ୍ୱାରା ସମ୍ପୂର୍ଣ୍ଣ ତଦନ୍ତକୁ ସୁନିଶ୍ଚିତ କରିବାକୁ ଆହ୍ୱାନ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/judgement.jpg)