କୋଭିଡ ସ୍ଥିତିକୁ ସମ୍ଭାଳି ନପାରିବାରୁ ନିଜର ପଦରୁ ଇସ୍ତଫା ଦେଇଛନ୍ତି ବିଶ୍ୱର ଏହି ୮ଜଣ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୦ଭଳି ୨୦୨୧ରେ ମଧ୍ୟରେ ସାରା ବିଶ୍ୱ କରୋନା ମହାମାରୀ ସହ ଲଢ଼ୁଛି | ବିଭିନ୍ନ ଦେଶ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଭୁଶୁଡି ପଡିଛି | ଏ ମଧ୍ୟରେ ଏକ ଖବର ଆସିଛି ଯେ, କୋଭିଡ ସ୍ଥିତିକୁ ସମ୍ଭାଳି ନପାରିବାରୁ ନିଜର ପଦରୁ ଇସ୍ତଫା ଦେଇଛନ୍ତି ବିଶ୍ୱର ୮ଜଣ ସ୍ୱାସ୍ଥ୍ୟମନ୍ତ୍ରୀ |

୧. ଇକ୍ୟୁଏଡରର ସ୍ୱାସ୍ଥ୍ୟମନ୍ତ୍ରୀ ରୋଡୋଲଫୋ ଫରଫାନ୍ ନିଯୁକ୍ତ ହେବାର ମାତ୍ର ତିନି ସପ୍ତାହ ପରେ ମାର୍ଚ୍ଚ ଶେଷରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଦେଶର ଟିକାକରଣ ଯୋଜନାରେ ସେ ପକ୍ଷପାତିତା କରିଥିବା ଅଭିଯୋଗ ହୋଇଥିଲା ଏବଂ ଏନେଇ ଯାଞ୍ଚ ମଧ୍ୟ କରାଯାଉଥିଲା।

୨. ଅଷ୍ଟ୍ରିଆର ସ୍ୱାସ୍ଥ୍ୟମନ୍ତ୍ରୀ ରୁଡୋଲଫ ଆନ୍ସୋବର ଚଳିତ ବର୍ଷ ଏପ୍ରିଲ ୧୩ରେ ଇସ୍ତଫା ପତ୍ର ଦାଖଲ କରିବା ପରେ ସେ କହିଥିଲେ ଯେ ଦେଶର କୋଭିଡ ପରିସ୍ଥିତି କାରଣରୁ ସେ ଅତ୍ୟଧିକ ପରିଶ୍ରମ କରିଛନ୍ତି ଏବଂ ଏବେ ଏହି ଭୂମିକା ପାଇଁ ଦେଶ ଜଣେ ଫିଟ ବ୍ୟକ୍ତି ଆବଶ୍ୟକ କରୁଛି। ଆନ୍ସୋବର୍ ଏହା ମଧ୍ୟ କହିଥିଲେ ଯେ, ତାଙ୍କୁ ତାଙ୍କ ଡାକ୍ତରମାନେ ମଧ୍ୟ ଏଭଳି କରିବାକୁ ପରାମର୍ଶ ଦେଇଛନ୍ତି।

୩. କୋଭିଡ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୮୦ଜଣଙ୍କର ମୃତ୍ୟୁ ଘଟିବା ପରେ ଇରାକର ସ୍ୱାସ୍ଥ୍ୟମନ୍ତ୍ରୀ ହାସନ ଅଲ-ତମିମି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଅମ୍ଳଜାନ ଟାଙ୍କି ବିସ୍ଫୋରଣ ପାଇଁ ଏହି ଅଗ୍ନିକାଣ୍ଡ ଘଟିଥିଲା।

୪. ଦେଶର ଟିକାକରଣ କାର୍ଯ୍ୟକ୍ରମରେ ଅନିୟମିତତା ଦେଖାଯିବା ପରେ ଆର୍ଜେଣ୍ଟିନାର ସ୍ୱାସ୍ଥ୍ୟମନ୍ତ୍ରୀ ଜିନସ୍ ଗୋଞ୍ଜାଲେଜ୍ ଗାର୍ସିଆ ଚଳିତ ବର୍ଷ ଫେବ୍ରୁଆରିରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ।

After nearly 2 months, Delhi's active Covid caseload falls below 10,000 -  Coronavirus Outbreak News
India Today

୫. ମାର୍ଚ୍ଚ ମାସରେ ଏକ ସରକାରୀ ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ ୬ଜଣଙ୍କର ମୃତ୍ୟୁ ହେବା ପରେ ଜୋର୍ଡାନର ସ୍ୱାସ୍ଥ୍ୟମନ୍ତ୍ରୀ ନାଜିର ଓବିଦତ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ବିସେର ଅଲ ଖାସୱନେ ଇସ୍ତଫା ଦେବାକୁ କହିଥିଲେ । ଓବିଦତ ଇସ୍ତଫା ଦେଇ କହିଥିଲେ ଯେ ଅମ୍ଳଜାନ ଅଭାବ ନେଇ ଘଟିଥିବା ଘଟଣା ପାଇଁ ସେ ନିଜକୁ ଦାୟୀ କରି ଏଭଳି ନିଷ୍ପତ୍ତି ନେଇଛନ୍ତି |

୬. ଲୋକଙ୍କୁ ଟିକା ଦିଆଯିବ ପୂର୍ବରୁ ପେରୁର ପୂର୍ବତନ ରାଷ୍ଟ୍ରପତି ମାର୍ଟିନ ଭିଜକାରାଙ୍କୁ ଟିକା ଦିଆଯାଇଥିବା ନେଇ ଜଣାପଡିବା ପରେ ପେରୁର ସ୍ୱାସ୍ଥ୍ୟମନ୍ତ୍ରୀ ପିଲାର ମଜଜେଟ୍ଟି ଚଳିତ ବର୍ଷ ଫେବ୍ରୁଆରିରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସ୍ଥାନୀୟ ଗଣମାଧ୍ୟମ ଏହାକୁ ‘ଟୀକା ଦୁର୍ନୀତି’ ବୋଲି କହିବା ପରେ ବିବାଦ ବଢ଼ିବାରୁ ସେ ଇସ୍ତଫା ଦେଇଥିଲେ।

୭. ମାର୍ଚ୍ଚ ୨୦୨୧ରେ କାମକୁ ନେଇ ସରକାର ପ୍ରଶ୍ନ ଉଠାଇବା ପରେ ସ୍ଲୋଭାକିଆର ସ୍ୱାସ୍ଥ୍ୟମନ୍ତ୍ରୀ ମାରେକ କ୍ରାଜି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ | ମହାମାରୀ ପରିଚାଳନାରେ ବିଫଳତା ଏବଂ ରୁଷର ସ୍ପୁଟନିକ୍ ଭି ଟିକା ସମ୍ବନ୍ଧରେ ମତଭେଦ ହେତୁ ସହଯୋଗୀ ଦଳ ତାଙ୍କ ଇସ୍ତଫା ମାଗିଥିଲେ।

୮.ଚଳିତ ବର୍ଷ ଜାନୁଆରି ମାସରେ ଜଣେ ମା’ ଏବଂ ତାଙ୍କ ନବଜାତ ଶିଶୁ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ପରେ ମୋଙ୍ଗୋଲିଆ ପ୍ରଧାନମନ୍ତ୍ରୀ ଖୁରେଲସୁଖ ଉଖନାଙ୍କ ସମେତ ପୁରା କ୍ୟାବିନେଟ ନିଜ ପଦରୁ ଇସ୍ତଫା ଦେଇଥିଲା |

ସମ୍ବନ୍ଧିତ ଖବର