ନୂଆଦିଲ୍ଲୀ : ବୈଦେଶିକ ସଚିବ ବିକ୍ରମ ମିସ୍ରି ସୋମବାର ଅପରେସନ ସିନ୍ଦୁର ଓ ପାକିସ୍ତାନ ସହ ଜଡିତ ପ୍ରସଙ୍ଗ ଉପରେ ବୈଦେଶିକ ବ୍ୟାପାର ସଂପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ସୂଚନା ଦେଇଥିଲେ। ସୂତ୍ର ଅନୁସାରେ, ସରକାର ସଂସଦୀୟ ବୈଦେଶିକ ବ୍ୟାପାର କମିଟିକୁ ସ୍ପଷ୍ଟ ଭାବରେ କହିଥିଲେ ଯେ ଭାରତ ପାକିସ୍ତାନର କୌଣସି ପରମାଣୁ ପ୍ରତିଷ୍ଠାନ ଉପର ଆକ୍ରମଣ କରିନାହିଁ।
ବୈଠକ ସମୟରେ କିଛି ସଦସ୍ୟ ପାକିସ୍ତାନରୁ କୌଣସି ପ୍ରକାରର ପରମାଣୁ ଆକ୍ରମଣର ସୂଚନା କିମ୍ବା ଧମକ ଦିଆଯାଇଥିଲା କି ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ। ଏହା ଉପରେ ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଥିଲେ ଯେ ପାକିସ୍ତାନ ପକ୍ଷରୁ କୌଣସି ପ୍ରକାରର ପରମାଣୁ ଆକ୍ରମଣର କୌଣସି ଧମକ ଦିଆଯାଇନଥିଲା ଏବଂ ଏହା ଏକ ସମ୍ପୂର୍ଣ୍ଣ ପାରମ୍ପରିକ ଲଢେଇ ଥିଲା।
ସଂସଦୀୟ କମିଟିର କିଛି ସଦସ୍ୟ ଏହା ମଧ୍ୟ ପଚାରିଥିଲେ ଯେ ପାକିସ୍ତାନ କ’ଣ ଚୀନ୍ ଅସ୍ତ୍ର ବ୍ୟବହାର କରିଥିଲା? ଏହାର ଜବାବରେ, ବୈଦେଶିକ ସଚିବ କହିଛନ୍ତି ଯେ ସେମାନେ (ପାକିସ୍ତାନ) ଯେଉଁପ୍ରକାର ବି ଅସ୍ତ୍ର ବ୍ୟବହାର କରିଥିଲେ, ଆମର ସେନା ତାହାର ଉଚିତ ଜବାବ ଦେଇଛି। ସେ ସଂସଦୀୟ କମିଟିକୁ ଆହୁରି ମଧ୍ୟ କହିଥିଲେ ଯେ ଆତଙ୍କବାଦୀ ସଂଗଠନ, ସାମରିକ ଗୁଇନ୍ଦା ସଂସ୍ଥା ଏବଂ ପାକିସ୍ତାନ ପ୍ରଶାସନ ମଧ୍ୟରେ ସ୍ପଷ୍ଟ ସମ୍ପର୍କ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/19/HAHsoEVx3GEhUMKl8SWr.jpg)