ଜିତିବା ଖୁସିରେ ଷ୍ଟେଜ୍‌ ଉପରେ ଚେତା ହରାଇଲେ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସ୍‌ନାଲ, ଦେଖନ୍ତୁ ଭିଡ଼ିଓ…

ନୂଆଦିଲ୍ଲୀ: କିଛି ଦିନ ତଳେ ମିଆଁମାରରେ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସ୍‌ନାଲ ୨୦୧୮ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଭାରତର ମିନାକ୍ଷୀ ଚୌଧୁରୀ କେବଳ ଗୋଟେ ପାଦ ପଛରେ ରହି ଯାଇଥିଲେ । ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ପେରାଗୁଏର କ୍ଲାରା ସୋସା । ଏହି ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ଯେତେବେଳେ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସ୍‌ନାଲ ୨୦୧୮ର ସମ୍ମାନ ପାଇଁ କ୍ଲାରାଙ୍କ ନାମ ଘୋଷଣା କରାଯାଇଥିଲା; ସେତେବେଳେ ଖୁସିରେ ଚେତା ହରାଇଥିଲେ କ୍ଲାରା । କ୍ଲାରାଙ୍କ ଏହି ଅବସ୍ଥା ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ ତୁରନ୍ତ କ୍ଲାରାଙ୍କର ଚିକିତ୍ସା କରାଯାଇ ହୋସକୁ ଅଣାଯାଇଥିଲା । ଯାହା ପରେ ସେ ସମସ୍ତଙ୍କୁ ଆଲିଙ୍ଗନ କରିଥିଲେ । ଏହାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି ।

ଯେଉଁଥିରେ ମିନାକ୍ଷୀ ଏବଂ କ୍ଲାରା ପରସ୍ପରର ହାତ ଧରିଥିବା ଦେଖାଯାଇଛି । ନିଷ୍ପତ୍ତି ଘୋଷଣା କରାଯିବା ପୂର୍ବରୁ ଦୁହେଁ ପରସ୍ପରର ହାତ ଧରି ଠିଆ ହୋଇଥିଲେ । ଯେତେବେଳେ କ୍ଲାରାଙ୍କ ନାମ ନିଆଗଲା ମିନାକ୍ଷୀ ଖୁସିରେ ତାଙ୍କୁ ଆଲିଙ୍ଗନ କରିବାକୁ ଆସୁଥିବା ବେଳେ କ୍ଲାରା ଚେତା ହରାଇ ତଳେ ପଡ଼ି ଯାଇଥିଲେ । ତୁରନ୍ତ ତାଙ୍କୁ ମେଡ଼ିକାଲ ସୁବିଧା ଯୋଗାଇ ଦିଆଯିବା ପରେ ସେ ହୋସକୁ ଆସି ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସ୍‌ନାଲ ୨୦୧୮ର କ୍ରାଉନ୍‌ ପିନ୍ଧିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିବା ଭିଡ଼ିଓରେ ଦେଖାଯାଇଛି ।

ସମ୍ବନ୍ଧିତ ଖବର