ନୂଆଦିଲ୍ଲୀ: ମିସ୍ ଇଣ୍ଡିଆ ଫାଇନାଲଲିଷ୍ଟଙ୍କ ମୁଣ୍ଡରେ ଆଇଏଏସର ତାଜ । ୨୦୧୬ ମସିହା ଫେମିନା ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ଐଶ୍ୱର୍ଯ୍ୟା ଶେରୋନ୍ ୟୁପିଏସସି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ୯୩ ରାଙ୍କ ହାସଲ କରିଛନ୍ତି ଐଶ୍ବର୍ଯ୍ୟା । ୨୦୧୬ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଫାଇନାଲରେ ପହଞ୍ଚିଥିବା ଐଶ୍ୱର୍ଯ୍ୟା ଏବେ କଠିନ ପରିଶ୍ରମ ବଳରେ ପ୍ରଶାସିକା ହେବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି ।
ସବୁଠାରୁ ବଡ କଥା ହେଉଛି, ପ୍ରଥମ ପ୍ରୟାସରେ ହିଁ ୟୁପିଏସସି ପରୀକ୍ଷାରେ ସଫଳତା ପାଇଛନ୍ତି ଐଶ୍ୱର୍ଯ୍ୟା । ତାଙ୍କ ବାପା ତେଲେଙ୍ଗାନା ଏନସିସି ବାଟାଲିୟନରେ କମାଣ୍ଡିଂ ଅଫିସର ଅଛନ୍ତି। ପିଲାଟି ଦିନରୁ ଜଣେ ଆଇଏଏସ ଅଫିସର ହେବା ପାଇଁ ଇଚ୍ଛା ରଖିଥିଲେ ଐଶ୍ୱର୍ଯ୍ୟା ।
Aishwarya Sheoran, Femina Miss India 2016 finalist, Campus Princess Delhi 2016, Freshface winner Delhi 2015 made us immensely proud as she scored the All India Rank 93 in the Civil Services Examination. A huge congratulations to her on this achievement!#AishwaryaSheoran #CSE pic.twitter.com/SrDu4iK6T0
— Miss India (@feminamissindia) August 4, 2020
ତେବେ ଆସନ୍ତୁ ନଜର ପକାଇବା ଐଶ୍ୱର୍ଯ୍ୟାଙ୍କ ମଡେଲିଂ କ୍ୟାରିୟର ଉପରେ ।ଦିଲ୍ଲୀରେ ନିଜର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ ଐଶ୍ୱର୍ଯ୍ୟା । ମାତ୍ର ୧୯ ବର୍ଷ ବୟସରେ ମଡେଲିଂ ଦୁନିଆରେ ସେ ପାଦ ରଖିଥିଲେ । ୨୦୧୪ରେ ମିସ୍ କ୍ଲିନ୍ ଆଣ୍ଡ କ୍ଲିୟର ଟାଇଟଲ୍ ଜିତିଥିଲେ ଐଶ୍ୱର୍ଯ୍ୟା । ୨୦୧୫ରେ ବନିଥିଲେ ମିସ୍ କ୍ୟାମ୍ପସ ପ୍ରିନ୍ସେସ ଦିଲ୍ଲୀ । ଆଉ ଏହା ପରେ ୨୦୧୬ରେ ମିସ୍ ଇଣ୍ଡିଆ କଂଟେଷ୍ଟରେ ଭାଗ ନେଇ ଫାଇନାଲଲିଷ୍ଟ ହୋଇଥିଲେ ସେ।
ତେବେ ମଡେଲିଂ କରିବା ବେଳେ ନିଜର ପିଲାବେଳର ସ୍ୱପ୍ନକୁ ସେ ଭୁଲିଯାଇନଥିଲେ । ଆଉ କଠିନ ପରିଶ୍ରମ ବଳରେ ନିଜ ସ୍ୱପ୍ନ ପୂରଣ କରିବା ସହ ମଡେଲରୁ ସେ ବନିଯାଇଛନ୍ତି ପ୍ରଶାସିକା ।