ଏହି ସୁନ୍ଦରୀ କିନ୍ନରଙ୍କ ବାବଦରେ ଜାଣିଛନ୍ତି କି? ମିଳିଲା ମିସ ଟ୍ରାନ୍ସ ପୁରସ୍କାର

ଲାହୋର: ପାକିସ୍ତାନରେ ହଜାର ହଜାର କିନ୍ନର ରହୁଛନ୍ତି | ତେବେ ଗତକାଲି ଆଲିନା ଖାନ ନାମକ ଜଣେ କିନ୍ନରଙ୍କୁ ମିସ୍ ଟ୍ରାନ୍ସ ପାକିସ୍ତାନ ୨୦୨୩ ପୁରସ୍କାରରେ ସମ୍ମାନିତ କରାଯାଇଛି | ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରି ଆଲିନା ଏହି ପୁରସ୍କାରକୁ ତାଙ୍କ ଜୀବନର “ସର୍ବୋତ୍ତମ ମୁହୂର୍ତ୍ତ” ବୋଲି ବର୍ଣ୍ଣନା କରିଥିଲେ। ଆଲିନା ନିଜ ଇନଷ୍ଟାଗ୍ରାମରେ ନିଜର ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ,’ ମେ ୩୧, ୨୦୨୩ ଦିନଟି ସବୁଦିନ ପାଇଁ ମୋର ମନେ ରହିବ | କାରଣ ଏହା ମୋ ଜୀବନର ସର୍ବୋତ୍ତମ ମୂହୁର୍ତ୍ତ ଥିଲା। ମୁଁ ମିସ୍ ଟ୍ରାନ୍ସ ପାକିସ୍ତାନ ୨୦୨୩ର ପୁରସ୍କାର ପାଇଛି! ମୋର ଏହି ସଫଳତା କିନ୍ନର ସମ୍ପ୍ରଦାୟକୁ ଗର୍ବିତ କରିଛି’। ଆଲିନା ନିଜ ଅନୁଭବକୁ ନେଇ କହିଛନ୍ତି ଯେ, ଏହି ପ୍ରତିଯୋଗିତା ପାଇଁ ମୋତେ ନିଜକୁ ପ୍ରଥମେ ପ୍ରସ୍ତୁତ ହେବାକୁ ପଡିଥିଲା |

ମୋ ନିଜର ଫଟୋସୁଟ କରିବା ସହ ମୋତେ ପଚରାଯିବାକୁ ଥିବା ସମ୍ଭାବ୍ୟ ପ୍ରଶ୍ନ ପାଇଁ ନିଜର ପ୍ରସ୍ତୁତି କରାଇଥିଲି | ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ଅନ୍ୟ ପ୍ରତିଯୋଗୀମାନେ ଭାଗ ନେଇଥିଲେ ଓ ମୁଁ କିନ୍ନର ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିଲି’ | ଉଲ୍ଲେଖ ଥାଉ କି ମିସ୍ ଟ୍ରାନ୍ସ ପାକିସ୍ତାନ ୨୦୨୧ ମସିହାରେ ପ୍ରଥମେ ଅନୁଷ୍ଠିତ ହୋଇଥିଲା, ଯେତେବେଳେ ଶ୍ରେୟା ରୟ ନାମକ ଜଣେ କିନ୍ନର ପ୍ରଥମ ବିଜେତା ହୋଇଥିଲେ | ଚଳିତ ବର୍ଷର ‘ମିସ୍ ଟ୍ରାନ୍ସ ପାକିସ୍ତାନ’ ପ୍ରତିଯୋଗିତା ମେ ୩୧ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମିସ୍ ଟ୍ରାନ୍ସ ବ୍ୟତୀତ ମିସେସ ପାକିସ୍ତାନ, ମିସ ପାକିସ୍ତାନ ପାଇଁ ମଧ୍ୟ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା | ଉଲ୍ଲେଖ ଥାଉ କି ଆଲିନା ଏହାପୂର୍ବରୁ ଫିଲ୍ମ ଜୋୟଲ୍ୟାଣ୍ଡରେ ଅଭିନୟ କରିଥିଲେ ଆଉ ଏହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ |

ସମ୍ବନ୍ଧିତ ଖବର