ମିସ୍‌ ୟୁନିଭର୍ସ ହେଲେ ଦକ୍ଷିଣ ଆଫ୍ରିକାର ଜୋଜିବିନୀ ଟୁନ୍‌ଜୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜୋଜିବିନୀ ଟୁନ୍‌ଜୀ ୨୦୧୯ ମସିହାର ମିସ୍‌ ୟୁନିଭର୍ସ ହୋଇଛନ୍ତି। ଜୋଜିବିନୀ ଟୁନ୍‌ଜୀ ଏବଂ ମିସ୍‌ ୟୁନିଭର୍ସ ପ୍ୟୁଟୋ ରିକୋ ମାଡିସନ୍‌ ଆଣ୍ଡରସନ୍‌ ୨୦୧୯ ମିସ୍‌ ୟୁନିଭର୍ସ ଟାଇଟଲ୍‌ ପାଇଁ ଦୁଇ ଶୀର୍ଷ ପ୍ରତିଦ୍ବନ୍ଦ୍ବୀ ଥିଲେ। ମିସ୍‌ ୟୁନିଭର୍ସ ମେକ୍ସିକୋ ହୋଇଛନ୍ତି ସେକେଣ୍ଡ୍‌ ରନର ଅପ୍‌। ତେବେ ମିସ୍‌ ୟୁନିଭର୍ସ ୨୦୧୮ କାଟ୍ରିଓନା ‌ଗ୍ରେ ଜୋଜିବିନୀ ତୁନ୍‌ଜୀଙ୍କୁ ଗତକାଲି ଆଟ୍‌ଲାଣ୍ଟାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁକୁଟ ପିନ୍ଧାଇଥିଲେ। ଅନ୍ୟପକ୍ଷେ ଭାରତର ବର୍ତିକା ସିଂହ ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ପାରିନାହାନ୍ତି। ୨୬ ବର୍ଷୀୟା ଜୋଜିବିନୀ ଟୁନ୍‌ଜୀଙ୍କ ଘର ଦକ୍ଷିଣ ଆଫ୍ରିକାର ସୋଲରେ। ଲିଙ୍ଗଗତ ହିଂସାକାଣ୍ଡ ବିରୋଧରେ ଲଢ଼େଇ ଦିଗରେ ସେ ସକ୍ରିୟ ରହିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେ ଏହି ଦିଗରେ କାର୍ଯ୍ୟ କରୁଛନ୍ତି। ୨୦୧୯ ମିସ୍‌ ୟୁନିଭର୍ସ ପିଜାଣ୍ଟ୍‌ ଗତକାଲି ରାତିରେ ଆଟଲାଣ୍ଟାରେ ହୋଇଥିଲା। ଏଥିରେ ୯୦ ଜଣ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର