ନୂଆଦିଲ୍ଲୀ: ୨୦୨୨ ‘ମସ୍ ୟୁନିଭର୍ସ’ର ଫାଇନାଲ୍କୁ ଯାଇଥିବା ୨୩ ବର୍ଷୀୟ ଅଷ୍ଟ୍ରେଲୀୟ ଫେସନ୍ ମଡେଲ୍ ସିଏନା ୱିୟର୍ ଘୋଡ଼ା-ଚଢ଼ା ଦୁର୍ଘଟଣାରେ ଆହତ ହୋଇ ମୃତ୍ୟୁବରଣ କରିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।
ଗତମାସରେ ତାଙ୍କ ଜନ୍ମଭୂମି ଅଷ୍ଟ୍ରେଲିଆରେ ଘୋଡ଼ା ଚଢୁଥିବା ବେଳେ ମଡେଲ୍ ସିଏନା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
‘ନିଉଜ୍ ଡଟ୍ କମ୍ ଡଟ୍ ଏୟୁ’ ରିପୋର୍ଟ ଅନୁସାରେ, ଏପ୍ରିଲ୍ ୨ ତାରିଖରେ ଅଷ୍ଟ୍ରେଲିଆର ୱିନ୍ସର୍ ପୋଲୋ ଗ୍ରାଉଣ୍ଡସ୍ରେ ୱିୟର୍ ଚଢ଼ିଥିବା ଘୋଡ଼ାଟି ପଡ଼ିଯିବାରୁ ସେ ଆହତ ହୋଇଥିଲେ। ସେଥିପାଇଁ ତାଙ୍କୁ କେତେ ସପ୍ତାହ ଧରି ‘ଲାଇଫ୍ ସପୋର୍ଟ’ରେ ରଖାଯାଇଥିଲା। ପରେ ମେ ୪ ତାରିଖ ଦିନ ତାଙ୍କୁ ‘ଲାଇଫ୍ ସପୋର୍ଟ’ରୁ ବାହାର କରାଯାଇଥିଲା।
/sambad/media/post_attachments/wp-content/uploads/2023/05/siena1.jpg)
ପରିବାର ଲୋକେ ତାଙ୍କ ମୃତ୍ୟୁ ଖବର ସେୟାର୍ କରି ଲେଖିଛନ୍ତି କି, ତାଙ୍କୁ ‘ଲାଇଫ୍ ସପୋର୍ଟ’ରୁ ବାହାର କରିଦେବା ପାଇଁ ସେମାନେ ନିଷ୍ପତ୍ତି ଗ୍ରହଣ କରିଥିଲେ।
ୱିୟର୍ଙ୍କ ମଡେଲିଙ୍ଗ୍ ଏଜେନ୍ସି ‘ସ୍କୁପ୍ ମ୍ୟାନେଜ୍ମେଣ୍ଟ୍’ ମଧ୍ୟ ତାଙ୍କ ମୃତ୍ୟୁ ଖବରକୁ ସୁନିଶ୍ଚିତ କରି ଗୁରୁବାର ଦିନ ‘ଇନ୍ଷ୍ଟାଗ୍ରାମ୍’ ପୋଷ୍ଟ୍ରେ ତାଙ୍କର କେତେଗୁଡ଼ିଏ ଫଟୋ ସେୟାର୍ କରିଛି। ସେଥିରେ ଉଲ୍ଲେଖ ଅଛି ‘ଚିରକାଳ ଆମ ହୃଦୟରେ’।
/sambad/media/post_attachments/wp-content/uploads/2023/05/siena.jpg)
ସୂଚନାଯୋଗ୍ୟ, ୨୦୨୨ ଅଷ୍ଟ୍ରେଲୀୟ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଶେଷ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ୨୭ଜଣଙ୍କ ମଧ୍ୟରେ ସିଏନା ୱିୟର୍ ଥିଲେ ଜଣେ। ସିଡ୍ନି ବିଶ୍ବବିଦ୍ୟାଳୟରୁ ସେ ଇଂରାଜୀ ସାହିତ୍ୟ ଏବଂ ମନୋବିଜ୍ଞାନରେ ‘ଡବଲ୍ ଡିଗ୍ରି’ ହାସଲ କରିଥିଲେ।