ନ୍ୟୁୟର୍କ ସିଟି: ‘ମିସ୍‌ ୟୁନିଭର୍ସ’ ପ୍ରତିଯୋଗିତାରେ ଭାଗ ନେବାକୁ ଆଶାୟୀ ପ୍ରତିଦ୍ବନ୍ଦ୍ବୀମାନଙ୍କ ପାଇଁ ଆଉ ସର୍ବୋଚ୍ଚ ବୟସ ସୀମା ରହିବ ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ‘ମିସ୍‌ ୟୁନିଭର୍ସ ୨୦୨୨’ ଆର୍‌’ ବୋନି ଗାବ୍ରିଏଲ୍‌ ଘୋଷଣା କରିଛନ୍ତି।

Advertisment

‘ନ୍ୟୁୟର୍କ ଫେସନ୍‌ ଉଇକ୍‌ ୨୦୨୪’ରେ ଉପରୋକ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସୂଚନାଯୋଗ୍ୟ, ସବୁଠୁ ଅଧିକ ବୟସ୍କା ଭାବେ ‘ମିସ୍‌ ୟୁନିଭର୍ସ’ ମୁକୁଟ ପିନ୍ଧି ଆର୍‌’ ବୋନି ଗାବ୍ରିଏଲ୍‌ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଥିଲେ। ସମ୍ପ୍ରତି ଗାବ୍ରିଏଲ୍‌ଙ୍କୁ ୨୯ ବର୍ଷ ଚାଲିଛି। ପୂର୍ବରୁ ‘ମିସ୍‌ ୟୁନିଭର୍ସ’ର ପ୍ରତିଯୋଗୀମାନଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୨୮ ବର୍ଷ ରଖାଯାଇଥିଲା।

publive-image Image Courtesy of Rappler

କିନ୍ତୁ, ‘ନ୍ୟୁୟର୍କ ଫେସନ୍‌ ଉଇକ୍‌ ୨୦୨୪’ରେ ଫ୍ଲେଚର୍‌ଙ୍କ ‘ବିୟୁଟି ପଜେଣ୍ଟ୍‌’ ସୋ’ କରାଯାଇଥିବା ନୂଆ ପରିବର୍ତ୍ତନକୁ ଆଧାର କରି ‘ମିସ୍‌ ୟୁନିଭର୍ସ’ ସଙ୍ଗଠନ ସର୍ବୋଚ୍ଚ ବୟସ ସୀମା ହଟାଇ ଦେବା ଲାଗି ନିଷ୍ପତ୍ତି ଗ୍ରହର କରିଥିଲା।

‘ନ୍ୟୁୟର୍କ ଫେସନ୍‌ ଉଇକ୍‌ ୨୦୨୪’ରେ ସାମ୍ବାଦିକମାନଙ୍କୁ ଆର୍‌’ ବୋନି ଗାବ୍ରିଏଲ୍‌ କହିଛନ୍ତି, ପ୍ରତିଦ୍ବନ୍ଦ୍ବିତା ଅଥବା ସଫଳତା ହାସଲ କରିବା ଲାଗି ମହିଳାଙ୍କ ସାମର୍ଥ୍ୟ କ୍ଷେତ୍ରରେ ବୟସ ବାଧକ ସାଜେ ନାହିଁ।

ମାତ୍ର, ଏହି ପ୍ରତିଯୋଗିତାରେ ଭାଗ ନେବା ହେଲେ ଜଣେ ୧୮ ବର୍ଷ କିଂବା ତା’ଠାରୁ ଅଧିକ ବୟସ୍କା ‌ହୋଇଥିବା ଆବଶ୍ୟକ। ସୂଚନାଯୋଗ୍ୟ, ୧୯୫୨ ମସିହାରେ ‘ଦି ମିସ୍‌ ୟୁନିଭର୍ସ ଅର୍ଗାନାଇଜେସନ୍‌’ ସ୍ଥାପିତ ହୋଇଥିଲା।