ସୋମନାଥ ମନ୍ଦିର ଲୁଟେରା ନାମରେ ନାମିତ ହେଲା ମିସାଇଲ

ନୂଆଦିଲ୍ଲୀ: ଲୁଟେରା ନାମରେ ମିସାଇଲର ନାମ ରଖିଲା ପାକିସ୍ତାନ | ୧୦୨୬ ଖ୍ରୀଷ୍ଟାବ୍ଦରେ ଭାରତର ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲା ମହମ୍ମଦ ଗଜନି | ଗଜନିକୁ ଗଜନବି ମଧ୍ୟ ଡକାଯାଉଥିଲା | ୫ ହଜାର ଆକ୍ରମଣକାରୀଙ୍କ ସହ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରି ଏଠାରେ ଥିବା ଶ୍ରଦ୍ଧାଳୁଙ୍କୁ ହତ୍ୟା ମଧ୍ୟ କରିଥିଲା | ମନ୍ଦିରରେ ଥିବା ସମ୍ପତ୍ତିକୁ ଲୁଟି ନେଇଥିଲା ଗଜନବି | ପାକିସ୍ତାନ ଆଜି ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ ‘ଗଜନବୀ’ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି।

ଯାହାର ନାମ ଏହି ଗଜନବିର ନାମରେ ନାମିତ କରାଯାଇଛି | ଗଜନବୀ କ୍ଷେପଣାସ୍ତ୍ର ହେଉଛି ଅସଲରେ ଚୀନ୍‌ ନିର୍ମିତ ଏମ୍‌-୧୧ କ୍ଷେପଣାସ୍ତ୍ରର ପାକିସ୍ତାନୀ ସଂସ୍କରଣ। ଗଜନବୀ କ୍ଷେପଣାସ୍ତ୍ର ଭାରତକୁ ଲକ୍ଷ୍ୟରେ ରଖି ତିଆରି କରାଯାଇଛି ଏବଂ ଏହା ଏହାର ରେଂଜ୍‌ରେ ଅନେକ ଭାରତୀୟ ସହର ଆସିପାରିବ।

ତେବେ ଏଠାରେ ସୂଚନା ଥାଉ କି ପାକିସ୍ତାନର ଏହି ମିସାଇଲକୁ ମୁକାବିଲା କରିବା ପାଇଁ ଭାରତର ୪ଟି କ୍ଷେପଣାସ୍ତ୍ର ଯଥେଷ୍ଟ | କାରଣ ଭାରତ ପାଖରେ ଥିବା ଅଗ୍ନି ମିସାଇଲର କ୍ଷମତା ୭୦୦ କିଲୋମିଟର ଥିବାବେଳେ ୨୦୦୦ କିଲୋଗ୍ରାମର ଯୁଦ୍ଧାସ୍ତ୍ର ବହନ କରିପାରିବ | ଅଗ୍ନି ତୁଳନାରେ ଗଜନବି କଥା କହିବାକୁ ଗଲେ ଏହି କ୍ଷେପଣାସ୍ତ୍ର ୨୯୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ସେହିପରି ଏହା ମାତ୍ର ୭୦୦ କିଲୋଗ୍ରାମର ଯୁଦ୍ଧାସ୍ତ୍ର ବହନ କରିପାରିବ |

ସମ୍ବନ୍ଧିତ ଖବର