ୟୁକ୍ରେନ୍‌ : ୟୁକ୍ରେନର ଦକ୍ଷିଣ ପୂର୍ବ ଜାପୋରିଝିଆ ସହରରେ ରୁଷ୍‌ର କ୍ଷେପଣାସ୍ତ୍ର ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଶିଶୁଙ୍କ ସମେତ ୪୯ ଜଣ ଆହତ ହୋଇଛନ୍ତି। ଏହି ସହରରେ ଅବସ୍ଥିତ ପରମାଣୁ କେନ୍ଦ୍ର ପାଇଁ ବିପଦ ବଢ଼ୁଥିବାରୁ ସମଗ୍ର ଅଞ୍ଚଳକୁ ବିଦ୍ୟୁତ୍ ସରବରାହ ବନ୍ଦ ରଖାଯାଇଛି ।

Advertisment

ରୁଷର କ୍ଷେପଣାସ୍ତ୍ର ଆକ୍ରମଣରେ ଏକ ନଅ ମହଲା ବିଶିଷ୍ଟ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ପାଞ୍ଚଟି ଆବାସିକ ଅଟ୍ଟାଳିକା ମାଟିରେ ମିଶିଯାଇଛି । ଧ୍ବଂସସ୍ତୂପ ତଳେ ଅନେକ ଲୋକ ଫସିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ୟୁରୋପର ସର୍ବବୃହତ ପରମାଣୁ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଠାରୁ ପ୍ରାୟ ୫୨ କିଲୋମିଟର ଦୂରରେ ଅବସ୍ଥିତ ଏହି ସହରରେ ସପ୍ତାହେ ହେଲା ରୁଷ୍‌ ତୁହାକୁ ତୁହା ଆକ୍ରମଣ କରୁଛି।