ଓଡ଼ିଶାରେ ୩ ବର୍ଷରେ ୧୮ଟି ଶିଶୁ ନିଖୋଜ ମାମଲାର ଫଏସଲା

ନୂଆଦିଲ୍ଲୀ : ଓଡ଼ିଶାରେ ଜୁନ୍‌ ୨ ୨୦୧୫ରୁ ଡିସେମ୍ବର ୨୧ ୨୦୧୮ ସୁଦ୍ଧା ୩୫୮୯ ଶିଶୁ ନିଖୋଜ ମାମଲା ରୁଜୁ ହୋଇଥିଲା। ସେଥିରୁ ପଞ୍ଜୀକୃତ ୭୫ଟି ମାମଲା ମଧ୍ୟରୁ ୧୮ଟି ମାମଲାର ଫଏସଲା ହୋଇଛି। ଏହି ସମୟ ମଧ୍ୟରେ ଦେଶର ମୋଟ ୧୯୧୬୭୯ ନିଖୋଜ ଶିଶୁ ମାମଲାରୁ ୫୮୨୮ ମାମଲା ଫଏସଲା ହୋଇଛି। ଏହି ତଥ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ଉପସ୍ଥାପନ କରାଯାଇଛି।

ସମ୍ବନ୍ଧିତ ଖବର