ନୂଆଦିଲ୍ଲୀ: ସତ ବୋଲି ଜଣାପଡୁଥିବା ଏକ ବିବୃତିରେ ନକ୍ସଲ୍‌ମାନେ ଦାବି କରିଛନ୍ତି ଯେ, ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ହୋଇଥିବା ଗୁଳି ବିନିମୟ ସମୟରେ ସେମାନେ ଜଣେ ‘ସିଆର୍‌ପିଏଫ୍‌ ଯବାନ’ଙ୍କୁ ଅପହରଣ କରି ନେଇଛନ୍ତି। ତାଙ୍କର ମୁକ୍ତି ପାଇଁ ସେମାନେ ସର୍ତ୍ତ ମଧ୍ୟ ରଖିଛନ୍ତି।

Advertisment

ବିବୃତି ଅନୁସାରେ, ଅପହୃତ ‘ସିଆର୍‌ଏଫ୍‌ କମାଣ୍ଡୋ’ଙ୍କୁ ମୁକ୍ତ କରିବା ଲାଗି ନକ୍ସଲ୍‌ମାନେ କେତେଜଣ ମଧ୍ୟସ୍ଥଙ୍କ ନାମ ଅନୁମୋଦନ କରିଛନ୍ତି।

publive-image Image Courtesy of Zee News

‘ସିପିଆଇ’ର (ମାଓବାଦୀ) ‘ଦଣ୍ଡକାରଣ୍ୟ ସ୍ପେସାଲ୍‌ ଜୋନାଲ୍‌ କମିଟି’ ଜାରି କରିଛି ବୋଲି କୁହାଯାଉଥିବା ଦୁଇ ପୃଷ୍ଠାସମ୍ବଳିତ ଏହି ବିବୃତିରେ ଉଲ୍ଲେଖ ଅଛି ଯେ, ଅପହୃତ ଯବାନଜଣଙ୍କ ସେମାନଙ୍କ ପାଖରେ ନିରାପଦରେ ଅଛନ୍ତି ଏବଂ ମଧ୍ୟସ୍ଥତା ପରେ ତାଙ୍କୁ ପୁଲିସକୁ ହସ୍ତାନ୍ତର କରାଯିବ।

publive-image Image Courtesy of Yahoo News India

ଏହି ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଉଗ୍ରପନ୍ଥୀମାନେ ସହିଦ ଯବାନଙ୍କର ୧୪ଟି ଅସ୍ତ୍ର ଏବଂ ୨୦୦୦ରୁ ଅଧିକ ଗୁଳି ଏବଂ କେତେକ ଯୋଗାଯୋଗ ଉପକରଣ ଲୁଟ୍‌ କରି ନେଇଛନ୍ତି। ଏହି ଅତର୍କିତ ଆକ୍ରମଣରେ ୪ଜଣ ନକ୍ସଲ୍‌ ପ୍ରାଣ ହରାଇଛନ୍ତି। କିନ୍ତୁ, ସେମାନେ ଗୋଟିଏ ହେଲେ ଶବ ନେଇ ପାରି ନାହାନ୍ତି।

ଏହି ବିବୃତିକୁ ଅନୁଶୀଳନ କରାଯାଉଥିବା କଥା ଜଣେ ବରିଷ୍ଠ ନିରାପତ୍ତା ଅଧିକାରୀ ଏବଂ ଜଣେ ‘ସିଆର୍‌ପିଏଫ୍‌ କମାଣ୍ଡର୍‌’ କହିଛନ୍ତି।