ନୂଆଦିଲ୍ଲୀ: ଚଳିତ ମାସ ଆରମ୍ଭରୁ ନିଖୋଜ ଥିବା ୨୨ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତଦେହ ସ୍କଟଲ୍ୟାଣ୍ଡର ଏକ ନଦୀରୁ ଉଦ୍ଧାର ହୋଇଛି।
ସୂଚନାଯୋଗ୍ୟ, କେରଳର ସାନ୍ତ୍ରା ସାଜୁ ସ୍କଟଲ୍ୟାଣ୍ଡର ରାଜଧାନୀ ଏଡିନବର୍ଗର ହେରିୟଟ୍-ବାଟ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଜଣକ ଅଧ୍ୟୟନ କରୁଥିଲେ।
ଅ୍ରଧିକପଢ଼ନ୍ତୁ:ଠକ ଦମ୍ପତି ଗିରଫ: ମୋ ବାପା ପିଏମଙ୍କ ମୁଖ୍ୟ ପରାମର୍ଶଦାତା କହି ଠକୁଥିବା ଅଭିଯୋଗ
ସ୍କଟଲ୍ୟାଣ୍ଡ ପୁଲିସ ସୂତ୍ରରୁ ପ୍ରକାଶ, ୨୦୨୪ ଡିସେମ୍ବର ୨୭ ତାରିଖରେ ଅଧିକାରୀମାନେ ନ୍ୟୁବ୍ରିଜ୍ ନିକଟ ନଦୀରୁ ଏକ ମୃତଦେହ ଉଦ୍ଧାର କରିଥିଲେ।ମୃତଦେହକୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଚିହ୍ନଟ କରାଯିବା ବାକି ରହିଛି। ତଥାପି ସାନ୍ତ୍ରା ସାଜୁ (୨୨)ଙ୍କ ପରିବାରଲୋକଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ସୂଚନା ଦିଆଯାଇଛି। ସାଜୁଙ୍କ ମୃତଦେହ ନଦୀରୁ ମିଳିବାର ଦୁଃଖଦ ଖବର ପହଞ୍ଚିବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।
ସିସିଟିଭି ଫୁଟେଜରୁ ମିଳିଥିବା ସୂଚନା ଅନୁଯାୟୀ, ସାଜୁଙ୍କୁ ଶେଷଥର ପାଇଁ ଗତ ଡିସେମ୍ବର ୬ତାରିଖ ସନ୍ଧ୍ୟାରେ ଲିଭିଙ୍ଗଷ୍ଟନ୍ର ଅଲମୋଣ୍ଡବେଲର ଅସଦା ସୁପରମାର୍କେଟ ଷ୍ଟୋରରେ ଦେଖିବାକୁ ମିଳିଥିଲା।
ଅ୍ରଧିକପଢ଼ନ୍ତୁ:ଝରକାରେ ମୁହଁ ଦେଖାଇପାରିବେ ନାହିଁ ମହିଳା : ତାଲିବାନ
ସାଜୁଙ୍କ ନିଖୋଜ ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ତୁରନ୍ତ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲା। ଏଥିସହିତ ସାଜୁଙ୍କ ବିଷୟରେ କୌଣସି ସୂଚନା ମିଳିଲେ ପୁଲିସକୁ ଜଣାଇବାକୁ ଲୋକଙ୍କୁ ନିବେଦନ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/30/XgO5rLsoeuIzxqeML01z.jpg)
