ଧନ୍ୟ ୟୁଟ୍ୟୁବ୍‌: ୪୦ ବର୍ଷ ପରେ ମିଳିଲେ ନିରୁଦ୍ଦିଷ୍ଟ ମଣିପୁରୀ ବ୍ୟକ୍ତି

ମୁମ୍ବାଇ: ନିରୁଦିଷ୍ଟ ହେବାର ୪୦ ବର୍ଷ ପରେ ପରିବାର ସହ ପୁନର୍ମିଳନ ହୋଇଛି ଜଣେ ୬୬ ବର୍ଷିୟ ମଣିପୁରୀ ବ୍ୟକ୍ତିଙ୍କର। ଧନ୍ୟ ତାଙ୍କର ହିନ୍ଦୀ ସିନେମା ଗୀତ ପ୍ରୀତି ଏବଂ ୟୁଟ୍ୟୁବ୍‌ରେ ପୋଷ୍ଟ୍‍ ହୋଇଥିବା ଭିଡିଓ କ୍ଲିପ୍‌।

୧୯୭୮ ମସିହାରେ ଖୋମଦାନ ସିଂହଙ୍କୁ ୨୬ ବର୍ଷ ହୋଇଥିବା ବେଳେ ସେ ରାଗରେ ଇମ୍ଫାଲ୍‌ସ୍ଥିତ ନିଜ ଘର ଛାଡ଼ି ଚାଲି ଯାଇଥିଲେ।
ପାକଲା କେଶ ଓ ଦାଢ଼ି ଥାଇ ଜଣେ ଲୋକ ପୁରୁଣା ହିନ୍ଦୀ ଗୀତ ଗାଉଥିବା ଦୃଶ୍ୟ ଥିତା ଏକ ଭିଡିଓ ଜଣେ ପଡ଼ୋଶୀ ନ ଦେଖାଇବା ପର୍ଯ୍ୟନ୍ତ ଗତ ୪୦ ବର୍ଷ ହେବ ସେ କେଉଁଠି ଥିଲେ ତାଙ୍କ ପରିବାର ଲୋକେ ଜାଣି ନ ଥିଲେ ବୋଲି ପୁଲିସ କହିଛି।

ସହର ରାସ୍ତାରେ ସିଂହ ଗୀତ ଗାଇ ଗାଇ ଯାଉଥିବା ଦେଖିଥିଲେ ମୁମ୍ବାଇର ଫଟୋଗ୍ରାଫର ଫିରୋଜ ଶାକିର। ଶାକିର ତାଙ୍କ ସହ ପରିଚୟ ହୋଇ ସେ ପ୍ରିୟ ପୁରୁଣା ହିନ୍ଦୀ ଗୀତ ଗାଉଥିବା ବେଳର ଦୃଶ୍ୟ ଉତ୍ତୋଳନ କରି ଗତ ନଭେମ୍ବର ମାସରେ ଭିଡିଓ ସେୟାରିଙ୍ଗ୍‌ େଓ୍ଵବ୍‌ସାଇଟ୍‌ରେ ସେୟାର କରିଥିଲେ।

ଉକ୍ତ କ୍ଲିପ୍‌ରେ ଗାୟକ ନିଜକୁ ମଣିପୁରର ଖୋମଦାନ୍‌ ସିଂହ ବୋଲି ପରିଚୟ ଦେଉଛି ଜାଣିବା ପରେ ପଡ଼ୋଶୀଜଣଙ୍କ ଧ୍ୟାନ ଆକର୍ଷଣ କରିଥିଲା।
ପରିବାର ଲୋକେ ଭାବିଲେ ସେ ବ୍ୟକ୍ତି ତାଙ୍କର ହଜିଲା ଖୋମଦାନ ହୋଇଥିବ ଭାବି ଇମ୍ଫାଲ୍‌ ଥାନାରେ ପହଞ୍ଚିଲେ। ସେମାନେ ମୁମ୍ବାଇସ୍ଥିତ ତାଙ୍କର ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କଲେ।

ଜଣେ ପୁଲିସ ଅଧିକାରୀ କହନ୍ତି: ସେମାନେ ଆମ ନିକଟକୁ ସିଂହଙ୍କର ତରୁଣ ବେଳର ଫଟୋଟିଏ ପଠାଇଲେ। ତାହାକୁ ଆଧାର କରି ଆମେ ବାନ୍ଦ୍ରା ରେଳବାଇ ଷ୍ଟେସନ୍‌ରେ ସେ ବ୍ୟକ୍ତିଙ୍କୁ ଠାବ କରି ଥାନାକୁ ଆଣିଲୁ।

ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯିବା ପରେ ସେମାନେ ମୁମ୍ବାଇ ଆସୁଛନ୍ତି ବୋଲି ବାନ୍ଦ୍ରା ଥାନା ପୁଲିସ କହୁଛି।

ଶକିର କହନ୍ତି ଯେ ସେ କିଛି ଦିନ ହେବ ସିଂହଙ୍କ ସହ ଘନିଷ୍ଠ ହୋଇ ଯାଇଛନ୍ତି।

ସେ କହନ୍ତି: ଅନ୍ୟ କୌଣସି କଥା ଅପେକ୍ଷା ମୁଁ ଏକ କେସ୍‌ ଷ୍ଟଡି ଭାବେ ତାଙ୍କ ଚିତ୍ରୋତ୍ତଳନ କଲି। ରାସ୍ତାରେ ପିଲାଏ ତାଙ୍କୁ ନେପାଳୀ କହି ଚିଡ଼ାନ୍ତି ଏବଂ ସେ ମଣିପୁରୀ ଭାଷାରେ ତାଙ୍କୁ ଗାଳି ଦିଅନ୍ତି।

ସବୁ ଦିନ ସକାଳେ ଫଟୋଗ୍ରାଫର୍‌ ବାସ କରୁଥିବା ବାନ୍ଦ୍ରା ବଜାରକୁ ସିଂହ ଆସନ୍ତି। ପୁରୁଣା ହିନ୍ଦୀ ଗୀତ ଶୁଣାଇ ସେ ଲୋକଙ୍କୁ ଆନନ୍ଦିତ କରାନ୍ତି। ମୁଁ କେବେ କେମିତି ତାଙ୍କୁ ଜଳଖିଆ ଅଥବା ଟଙ୍କା ଦିଏ।

ପୂର୍ବରୁ ସେ ସେନାରେ ଥିଲେ ବୋଲି ଶକିରଙ୍କୁ କହିଛନ୍ତି। ବାପା ମରିଯିବା ପରେ ସେ ସେନା ଛାଡ଼ିଲେ। ନିଜ ଗାଁକୁ ଫେରି ଚାଷବାସ କଲେ। ଭାଇମାନଙ୍କ ସହ ବୁଝାମଣା ବିଭ୍ରାଟ ଯୋଗୁଁ ସେ ମଣିପୁର ଛାଡ଼ିଲେ।

ସମ୍ବନ୍ଧିତ ଖବର