ଇସ୍ଲାମାବାଦ୍: ଗୁପ୍ତଚରଗିରି କରୁଥିଲେ ବୋଲି କୁହା ଯାଉଥିବା ଜଣେ ଭାରତୀୟ ବନ୍ଦୀଙ୍କ ମାମଲାକୁ ତ୍ୱରାନ୍ଵିତ କରୁଥିବାବେଳେ ଅଗଷ୍ଟ ୨୦୧୫ରେ ଲାହୋର୍ରୁ ନିଖୋଜ ହୋଇ ଯାଇଥିବା ସାମ୍ବାଦିକା ଜୀନତ୍ ଶାଝାଦିଙ୍କୁ ନିରାପତ୍ତା ବଳ ପାଇଛନ୍ତି।
ଅଣରାଷ୍ଟ୍ରୀୟ ଅଭିନେତା ଏବଂ ଶତ୍ରୁପକ୍ଷ ଗୁଇନ୍ଦାମାନେ ଜୀନତ୍ଙ୍କୁ ଅପହରଣ କରି ନେଇ ଥିଲେ ଏବଂ ସେମାନଙ୍କ ଠାରୁ ତାଙ୍କୁ ଉଦ୍ଧାର କରାଯାଇଛି ବୋଲି ଦର୍ଶାଇ ପାକିସ୍ତାନର ନିଖୋଜ ବ୍ୟକ୍ତି କମିସନ୍ର ମୁଖ୍ୟ ଅବସରପ୍ରାପ୍ତ ବିଚାରପତି ଜାେଓ୍ଵଦ୍ ଇକ୍ବାଲ୍ ଶୁକ୍ରବାର ଦିନ କହିଛନ୍ତି: ବାଲୋଚିସ୍ତାନ ଏବଂ ଖାଇବର ପଖତୁନ୍ଖ୍ଵାସ୍ଥିତ ଜନଜାତିଙ୍କ ମୁରବୀମାନେ ବୁଧବାର ରାତିରେ ପାକ୍-ଏଏଫ୍ ସୀମାନ୍ତ ନିକଟରୁ ତାଙ୍କୁ ଉଦ୍ଧାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥିଲେ।
ଶୁକ୍ରବାର ଦିନ ଜୀନତ୍ ଲାହୋର ଠାରେ ତାଙ୍କ ପରିବାର ସହ ମିଳିତ ହୋଇଛନ୍ତି। ସେ ନିରାପଦ୍ରେ ଉଦ୍ଧାର ହୋଇ ଥିବାରୁ ଆମେ ଆନନ୍ଦିତ। ନିରାପଦ୍ରେ ସେ ଘରକୁ ଫେରିଥିବାରୁ ମୁଁ ପୁଲକିତ ବୋଲି କହିଛନ୍ତି ଅଧୀକାର କର୍ମୀ ବୀଣା ସର୍ଓ୍ଵାର୍।
Photo Courtesy of First Postପୂର୍ବରୁ ଜୀନତ୍ଙ୍କ ପରିବାର ଏବଂ ମାନବିକ ଅଧିକାର ସଙ୍ଗଠନଗୁଡ଼ିକ କହିଥିଲେ, ସେମାନଙ୍କର ବିଶ୍ୱାସ ତାଙ୍କୁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଅପହରଣ କରି ନେଇଛି।
ପାକିସ୍ତାନରେ ନିଖୋଜ ବ୍ୟକ୍ତିଙ୍କ ସପକ୍ଷରେ ନିଜର ସ୍ୱର ଉତ୍ତୋଳନ କରିଥିବା ୨୫ ବର୍ଷୀୟ ଜୀନତ୍ ଜଣେ ମୁକ୍ତବୃତ୍ତ ସମ୍ବାଦିକା। ସେ ‘ଡେଲି ନୟି ଖବର’ ଏବଂ ‘ମେଟ୍ରୋ ଟିଭି ଚାନେଲ୍’ ଆଦି ପାଇଁ ରିପୋଟିଙ୍ଗ୍ କରୁଥିଲେ। ଲାହୋରର ଏକ ଜନ ବହୁଳ ଅଞ୍ଚଳରେ ନିଜ ଘରୁ ଗୋଟାଏ ଅଟୋ ରିକ୍ସା ଯୋଗେ ଅଫିସକୁ ଯିବା ବାଟରେ କେତେକ ଅଚିହ୍ନା ଲୋକ ତାଙ୍କୁ ଅପହରଣ କରି ନେଇଥିଲେ ବୋଲି କୁହାଯାଉଥିଲା।
ପାକିସ୍ତାନରେ ନିଖୋଜ ହୋଇ ଯାଇଥିବା ଭାରତୀୟ ନାଗରିକ ହମିଦ୍ ଅସାରିଙ୍କ ମାଆ ଫୌଜିଆ ଅସାରିଙ୍କ ସହ ସେ ସାମାଜିକ ଗଣମାଧ୍ୟମ ଜରିଆରେ ସମ୍ପର୍କ ସ୍ଥାପନ କରିବାରେ ସମର୍ଥ ହୋଇଥିଲେ।
ଫୌଜିଆ ଅନ୍ସାରିଙ୍କ ତରଫରୁ ସେ ପାକିସ୍ତାନ ସୁପ୍ରିମ୍ କୋର୍ଟଙ୍କର ମାନବିକ ଅଧିକାର ସେଲ୍ରେ ଏକ ଦରଖାସ୍ତ ଦାଏର୍ କରିଥିଲେ। ତାଙ୍କ ମାମଲାର ତଦନ୍ତ କରିବାକୁ ସେ ଏନ୍ଫୋର୍ସଡ୍ ଡିସାପିଅରାନ୍ସେସ୍ର ସରକାରୀ ଇନ୍କ୍ୱାରି କମିସନ୍ଙ୍କୁ ଉତ୍ସାହ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
Photo Courtesy of The Wireଫଳତଃ, ହମିଦ୍ ସେମାନଙ୍କ ହାଜତରେ ରହିଛି ବୋଲି ନିରାପତ୍ତା ଏଜେନ୍ସିମାନେ କମିସନ୍ଙ୍କ ଆଗରେ ସ୍ୱୀକାର କରିଥିଲେ।
ଶାହାଜାଦିଙ୍କ ପରିବାର ଥରେ ମାନବିକ ଅଧିକାର କର୍ମୀଙ୍କୁ କହିଥିଲେ ଯେ ଅପହରଣ ପୂର୍ବରୁ ତାଙ୍କୁ ଜବରଦସ୍ତି ଉଠାଇ ନେଇ ନିରାପତ୍ତା ଏଜେନ୍ସିମାନେ ଘଣ୍ଟା ଘଣ୍ଟା ଧରି ତାଙ୍କୁ ହମିଦ୍ ଅନ୍ସାରିଙ୍କ ସମ୍ବନ୍ଧରେ ପ୍ରଶ୍ନ ପଚାରି ଥିଲେ।
ଗୁପ୍ତଚର ମାମଲାରେ ହମିଦ୍ଙ୍କୁ ଏକ ସାମରିକ ଅଦାଲତ ୨୦୧୫ରେ ତିନି ବର୍ଷ ନିମିତ୍ତ କାରାଦଣ୍ଡାଦେଶ ଦେଇଥିଲେ। ସେହି ବର୍ଷ ଶାହାଜାଦି ମଧ୍ୟ ନିରୁଦ୍ଦେଶ ହୋଇ ଯାଇଥିଲେ। ତାଙ୍କୁ ଅପହଣ କରାଯିବା ଜନିତ କ୍ଷତି ସହ୍ୟ କରି ନ ପାରି ମାର୍ଚ ୨୦୧୬ରେ ତାଙ୍କ ଭାଇ ୧୭ ବର୍ଷିୟ ସଦ୍ଦାମ୍ ଆତ୍ମହତ୍ୟା କରିବା ପରେ ଶାହାଜାଦିଙ୍କ ଅନ୍ତର୍ଦ୍ଧାନ ବିଷୟ ଖବରକାଗଜର ହେଡ୍ଲାଇଲ୍ରେ ଉଠିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/61158737.jpg)