ନୂଆଦିଲ୍ଲୀ: ନିଖୋଜ ଭାରତୀୟ ଶ୍ରମିକଙ୍କୁ ଇରାକ୍ରେ ହତ୍ୟା କରାଯାଇଥିବା ଖବରକୁ ମୃତକଙ୍କ ପରିବାର ଲୋକେ ବିଶ୍ୱାସ କରିପାରୁନାହାନ୍ତି। କିଛି ପରିବାର ସଦସ୍ୟ ସେମାନଙ୍କ ପରିଜନଙ୍କ ମୃତଦେହର ଡିଏନ୍ଏ ରିପୋର୍ଟ ଦେଖାଇବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ମୃତ ମନ୍ଜିନ୍ଦର ସିଂଙ୍କ ଭଉଣୀ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ଗତ ୪ବର୍ଷ ହେଲା ତାଙ୍କ ଭାଇ ନିଖୋଜ ଥିବାରୁ ଦୁଃଖରେ ସେମାନେ ଦିନ କାଟୁଥିବା ବେଳେ ସରକାର ଏହି ଘଟଣାରେ ରାଜନୀତି କରୁଛନ୍ତି। ଘଟଣା ସମ୍ପର୍କରେ ସରକାର ବହୁ ପୂର୍ବରୁ ଯଦି ଜାଣିଥିଲେ ତାହା ପରିବାର ଲୋକଙ୍କୁ କାହିଁକି କହିନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ପରିବାର ଲୋକଙ୍କ ସହିତ ବିଶ୍ୱାସଘାତକତା କରିଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏଭଳି ଅଭିଯୋଗକୁ ସୁଷମା ଖଣ୍ଡନ କରି ନିୟମ ମୁତାବକ ସରକାର କାମ କରିଥିବା କହିଛନ୍ତି।
ମୃତ୍ୟୁକୁ ବିଶ୍ୱାସ କରିପାରୁନଥିବା ପରିବାର ଲୋକଙ୍କ ଦାବି:ଆମକୁ ଡିଏନ୍ଏ ରିପୋର୍ଟ ଦେଖାଅ
/sambad/media/post_attachments/wp-content/uploads/2018/03/indian-hostage-families-ani_650x400_71521543562.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)