ନିଖୋଜ ଥିବା ଏସପିଓଙ୍କ ସମେତ ୩ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କଲା ବୁଦ୍ଧଗାମ ପୁଲିସ

ନୂଆଦିଲ୍ଲୀ: ରବିବାର ଦିନ କେନ୍ଦ୍ରୀୟ କଶ୍ମୀରର ବୁଦ୍ଧଗାମ ଜିଲ୍ଲାରେ ଜୈସ-ଇ-ମହମ୍ମଦର ତିନି ଜଣ ଆତଙ୍କବାଦୀ ସହଯୋଗୀଙ୍କ ସହ ନିଖୋଜ ସ୍ୱତନ୍ତ୍ର ପୁଲିସ ଅଧିକାରୀ (ଏସପିଓ) ଙ୍କୁ ପୁଲିସ ଗିରଫ କରିଥିବା ଦାବି କରିଛି। ଦୁଇଟି ଏକେ-୪୭ ରାଇଫଲ ସହିତ ଏସପିଓ ଅକ୍ଟୋବର ୨୪ତାରିଖରୁ ନିଖୋଜ ଥିଲେ | ପୁଲିସ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ଆଜି ତାଙ୍କୁ କାବୁ କରିବାରେ ସଫଳ ହୋଇଛି।

Four arrested in Jammu in attempt-to-murder case - ANN News
ANN News

ଏକ ବିବୃତିରେ ପୁଲିସ କହିଛି ଯେ, ଆତଙ୍କବାଦୀ ସହଯୋଗୀଙ୍କ ଉପସ୍ଥିତି ନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ବୁଦ୍ଧଗାମ ପୁଲିସ ୫୩ଆରଆର ଏବଂ ୧୮୧ବିଏନ ସିଆରପିଏଫ ସହିତ ଚାଦୋରାର ହୟାଟପୋରାଠାରେ କର୍ଡନ୍ କରିବା ସହ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା। ସନ୍ଧାନ ବେଳେ ଗୋଟିଏ ଗାଡି କର୍ଡନରୁ ପଳାଇବାକୁ ଚେଷ୍ଟା କରିବାରୁ କୌଶଳକ୍ରମେ ସେମାନଙ୍କୁ ବୁଦ୍ଧଗାମ ପୁଲିସ ଧରିବାରେ ସଫଳ ହୋଇଥିଲା। ଗିରଫ ୪ଜଣଙ୍କ ମଧ୍ୟରେ ଜଣେ ଏସପିଓରୁ ଆତଙ୍କବାଦୀ ହୋଇଥିବା ଅଲତାଫ ହୁସେନ୍ ବୋଲି ଜଣାପଡିଛି। ଅନ୍ୟ ୩ଜଣ ପୁଲୱାମାର  ଶବୀର ଅହମ୍ମଦ ଭଟ, ଜମଶେଦ ମାଗ୍ରେ ଏବଂ ଜାହିଦ ଦାର ବୋଲି ଚିହ୍ନଟ କରାଯାଇଛି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର