ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୋନଭଦ୍ରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଶ୍ରାବଣ ମାସରେ ଜଣେ ଯୁବତୀଙ୍କର ନାଗୁଣୀ ରୂପ ବିଷୟରେ ଅନେକ ଆଲୋଚନା ହେଉଛି। କୋନ୍ ପୂଲିସ୍ ଷ୍ଟେସନ ଅଞ୍ଚଳର ଗୁପ୍ତ ଧାମ ଗୁମ୍ଫାରେ ଜଣେ ଯୁବତୀଙ୍କର ନାଗୁଣୀ ରୂପର ଏକ ଭିଡିଓ ଦେଖିବାକୁ ମିଳିଛି।

Advertisment

ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅଞ୍ଚଳର ଲୋକମାନେ ଯୁବତୀଙ୍କଠାରେ ନାଗୁଣୀର ପ୍ରଭାବ ଥିବା ଭାବି ପୂଜାର୍ଚ୍ଚନା କରିବା ଆରମ୍ଭ କରିଛନ୍ତି। ଗୁମ୍ଫାରେ ପୂଜାପାଠ ପାଇଁ ୟୁପିରୁ ଝାଡଖଣ୍ଡ ପର୍ଯ୍ୟନ୍ତ ଲୋକେ ଆସୁଛନ୍ତି। କୁହାଯାଉଛି ଯେ ଯୁବତୀ ଜଣକ ଝାଡଖଣ୍ଡର ବାସିନ୍ଦା।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଗୁମ୍ଫାରେ ଜଣେ ଯୁବତୀ ଶୋଇଛନ୍ତି। ସେ ବାରମ୍ବାର ଜିଭକୁ ବାହାର କରୁଛନ୍ତି। ଯେପରି ସାପ ଜିଭକୁ ବାରମ୍ବାର ବାହାର କରିଥାଏ । ସେଠାରେ ଉପସ୍ଥିତ ଲୋକମାନେ ଯୁବତୀ ଏପରି କରିବା ଦେଖି ଭୟଭୀତ ହେଉଛନ୍ତି। କେହି କେହି ସେଠାରୁ ଦୌଡ଼ି ପଳାଉଥିବା ବେଳେ ଅନ୍ୟମାନେ ଯୁବତୀଙ୍କର ଭିଡିଓ ରେକର୍ଡିଂ କରୁଛନ୍ତି।

ଲୋକମାନେ ଯୁବତୀଙ୍କର କାର୍ଯ୍ୟକଳାପ ଦେଖିବା ପରେ ଚିନ୍ତାରେ ପଡ଼ିଛନ୍ତି। ଏହି ପୂରା ଘଟଣା କୋନ୍ ପୁଲିସ୍ ଷ୍ଟେସନ ଅଞ୍ଚଳର ରାଣୀଡ଼ିହ ଗୁପ୍ତ ଧାମ ଗୁମ୍ଫାର ବୋଲି ଜଣାପଡ଼ିଛି। ସେଠାରେ ଜଣେ ଯୁବତୀ ନାଗୁଣୀ ପରି ଅଭିନୟ କରୁଥିବାର ଦେଖାଯାଇଛି।| ଭିଡିଓରେ ଦେଖାଯାଇଥିବା ଯୁବତୀ ଜଣକ ନାଗୁଣୀ ଭଳି ଗୁମ୍ଫାରେ ଗଡୁଛନ୍ତି। ବେଳେବେଳେ ଜିଭ ବାହାର କରୁଛନ୍ତି। ସେଠାରେ ଉପସ୍ଥିତ ଲୋକମାନେ ଯୁବତୀଙ୍କ ଏଭଳି କାର୍ଯ୍ୟକଳାପ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଯେତେବେଳେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା, ସେଠାରେ ବହୁ ସଂଖ୍ୟକ ଲୋକ ପହଞ୍ଚି ପୂଜା ଆରମ୍ଭ କରିଥିଲେ।

ରାଣୀଡ଼ିହ ଗୁପ୍ତ ଧାମ ଗୁମ୍ଫା ନିକଟରେ ଭଗବାନ ଶିବଙ୍କର ଏକ ମନ୍ଦିର ଅଛି। ଶ୍ରାବଣମାସର ଦ୍ୱିତୀୟ ସୋମବାର ଦିନ ଯେତେବେଳେ ଲୋକମାନେ ଭଗବାନ ଶିବଙ୍କ ମନ୍ଦିର ନିକଟ ଗୁମ୍ଫାରେ ସାପ ଭଳି କାର୍ଯ୍ୟ କରୁଥିବା ଯୁବତୀଙ୍କୁ ଦେଖିଥିଲେ ଲୋକମାନେ ତାଙ୍କୁ ବାହାରକୁ ନେଇ ପୂଜା ଆରମ୍ଭ କରିଥିଲେ। ବହୁ ସଂଖ୍ୟାରେ ଲୋକ ବିଭିନ୍ନ ଅଞ୍ଚଳରୁ ଯୁବତୀ ନାଗୁଣୀଙ୍କୁ ଦେଖିବା ପାଇଁ ଆସିବାରେ ଲାଗିଛନ୍ତି।

କୁହାଯାଉଛି ଯେ ଝାଡଖଣ୍ଡର କରିଭାଡିହ ଖାରୋନ୍ଧି ଅଞ୍ଚଳର ଜଣେ ଯୁବତୀ ପ୍ରାୟ ତିନିମାସ ଧରି ଘରୁ ନିଖୋଜ ଥିଲେ। ପରିବାର ସଦସ୍ୟ ତାଙ୍କୁ ଖୋଜିବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କର କିଛି ଖୋଜ୍ ଖବର ମିଳି ନ ଥିଲା। ଏହା ପରେ, ଯୁବତୀ ଜଣଙ୍କୁ ଗୁମ୍ଫାରେ ନାଗୁଣୀ ଭଳି ଆଚରଣ କରୁଥିବା ଦେଖିବାକୁ ମିଳିଥିଲା। ପରିବାର ସଦସ୍ୟ ଏହା ଜାଣିବା ପରେ ସୋନଭଦ୍ରରେ ପହଞ୍ଚିଥିଲେ। ପରିବାର ଗୁମ୍ଫାରେ ପ୍ରବେଶ କରିବା ପରେ ସେଠାରେ ଯୁବତୀଙ୍କୁ ପାଇ ନ ଥିଲେ। ଏହା ପରେ ରବିବାର ରାତିରୁ କୀର୍ତ୍ତନ କରାଯାଇଥିଲା। ରାତିରେ ଯୁବତୀ ଜଣକ ନାଗୁଣୀ ଭଳି ଆଚରଣ ପ୍ରଦର୍ଶନ କରି ଗୁମ୍ଫାରୁ ବାହାରକୁ ଆସିଥିବା କୁହାଯାଉଛି।