ମିସନ ଶକ୍ତିର ସଫଳ କାର୍ଯ୍ୟାନ୍ବୟନ ଭାରତ ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଭାରତ ପାଇଁ ଏହା ଏକ ଐତିହାସିକ ଦିନ। ଭାରତ ଏକ ବିଶାଳ ଅନ୍ତରୀକ୍ଷ ଶକ୍ତି ଭାବେ ଉଭା ହୋଇଛି ଏବଂ ଏହାର ସମସ୍ତ ଶ୍ରେୟ ନେବେ ବୈଜ୍ଞାନିକଗଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ଏବେ ମହକାଶରେ ବି ମହାଶକ୍ତି ପାଲଟିଛି। ଭାରତ ଏକ ସର୍ବୋଚ୍ଚ ଅର୍ଥନୈତିକ ଶକ୍ତିରେ ପରିଣତ ହେବାକୁ ଅଗ୍ରସର ହେଉଥିବା ବେଳେ ଏଭଳି ସଫଳତା ଭାରତର ସ୍ଥିତିକୁ ମଜବୁତ କରିଛି।
କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ
ଉପା ସରକାର ସମୟରେ ଆରମ୍ଭ ହୋଇଥିବା ଏ-ସାଟ୍ କାର୍ଯ୍ୟକ୍ରମ ଆଜି ଫଳପ୍ରଦ ହୋଇଛି। ଏଭଳି ଏକ ସଫଳତା ପାଇଁ ମହାକାଶ ବୈଜ୍ଞାନିକ ଏବଂ ଡକ୍ଟର ମନମୋହନ ସିଂହଙ୍କ ଦୂରଦର୍ଶୀ ନେତୃତ୍ବକୁ ପ୍ରଶଂସା କରୁଛି।
କଂଗ୍ରେସ ନେତା ଅହମଦ ପଟେଲ୍
ଉପଗ୍ରହ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରି ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭାରତକୁ ଗୌରବାନ୍ବିତ କରିଛନ୍ତି। ଆମେରିକା, ରୁଷ୍ ଏବଂ ଚୀନ୍ ପରେ ଭାରତ ଚତୁର୍ଥ ଦେଶ ଭାବେ ଏହି ଶକ୍ତି ହାସଲ କରିଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ
ଏ-ସ୍ୟାଟ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣର ଶ୍ରେୟ ଡିଆର୍ଡିଓର।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ଡିଆର୍ଡିଓର ସଫଳତା ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବା ଆବଶ୍ୟକ ନଥିଲା।
ସିପିଏମ୍ ନେତା ସୀତାରାମ ୟେୁଚୁରି
ମିସନ୍ ଶକ୍ତି: ପ୍ରତିକ୍ରିୟା
/sambad/media/post_attachments/wp-content/uploads/2019/03/mission-shakti.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)