ମିସନ୍‌ ଉତ୍ତରପ୍ରଦେଶ: ୧୪ରେ ପ୍ରିୟଙ୍କାଙ୍କ ଲକ୍ଷ୍ନୌ ଗସ୍ତ

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆସନ୍ତା ୧୪ ତାରିଖ ବୁଧବାର ଦିନ ଲକ୍ଷ୍ନୌ ଗସ୍ତ କରିବେ । ଏହି ଅବସରରେ ସେ ତାଙ୍କ ‘ମିସନ୍‌ ୟୁପି’ ଅଭିଯାନ ଆରମ୍ଭ କରିବେ। ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ପ୍ରିୟଙ୍କା ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଗସ୍ତ ସମୟରେ ପ୍ରିୟଙ୍କା ସବୁ ଜିଲ୍ଲା ଏବଂ ପ୍ରଦେଶ କମିଟି ସହ ସହରାଞ୍ଚଳ ଅଧ୍ୟକ୍ଷଙ୍କୁ ଭେଟିବେ। ବିଭିନ୍ନ କୃଷକ ସଂଗଠନ ନେତାମାନଙ୍କୁ ମଧ୍ୟ ପ୍ରିୟଙ୍କା ଭେଟିବେ। ଏହି ସମୟରେ ପ୍ରିୟଙ୍କା ରୋଜଗାର ଏବଂ ନିଯୁକ୍ତି ନଥିବା ଯୁବକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବେ । ରାଜ୍ୟ କଂଗ୍ରେସ ନେତାମାନଙ୍କ ସହ ଆଲୋଚନା କରି ପ୍ରିୟଙ୍କା ପରବର୍ତ୍ତୀ ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବେ ବୋଲି ଜଣାପଡ଼ିଛି। କରୋନା ମହାମାରୀର ଦ୍ବିତୀୟ ଲହର ପରେ ପ୍ରିୟଙ୍କା ପ୍ରଥମ ଥର ପାଇଁ ସିଧାସଳଖ ରାଜ୍ୟ କଂଗ୍ରେସ ନେତାମାନଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର