ନ୍ୟୁୟର୍କ : ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟଗଣତି ଜାରି ରହିଥିବା ବେଳେ ମିସିଗନ୍ ପ୍ରଦେଶ ଅନ୍ତର୍ଗତ ଆଣ୍ଟ୍ରିମ୍ ନାମକ କାଉଣ୍ଟିର ନିର୍ବାଚନ ଅଧିକାରୀ ନିର୍ବାଚନରେ ନିୟୋଜିତ ଏକ ତ୍ରୁଟିଯୁକ୍ତ ସଫ୍ଟୱେର୍ର ସଂଶୋଧନ ଆଣିଛନ୍ତି। ଫଳରେ ସେଠାରେ ପଛରେ ପଡ଼ିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପରେ ବିଜୟୀ ହୋଇଥିବା ଜଣାଯାଇଛି। ସୂଚନା ଥାଉ କି, ନିର୍ବାଚନ ପ୍ରକ୍ରିୟାରେ ସଂପୃକ୍ତ ଥିବା ଉକ୍ତ ସଫ୍ଟୱେରର ନବୀକରଣ କରାଯାଇନଥିବାରୁ ଟ୍ରମ୍ପ୍ଙ୍କୁ ମିଳିଥିବା କିଛି ଭୋଟ୍ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଜୋ ବାଇଡେନ୍ଙ୍କ ସପକ୍ଷରେ ଯାଇଥିଲା। ସଂଶୋଧନ ପରେ ସେଠାରୁ ମିଳିଥିବା ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ, ମୋଟ ୧୬ ହଜାର ଭୋଟ୍ରୁ ଟ୍ରମ୍ପ୍ ୫୬ ପ୍ରତିଶତ ଭୋଟ ପାଇ ଯଥେଷ୍ଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଜଣେ ଅଧିକାରୀଙ୍କ ଅଭିଯୋଗ ଆଧାରରେ ଯାଞ୍ଚ ପରେ ତ୍ରୁଟି ଜଣାପଡ଼ିଥିଲା ଏବଂ ତାହା ସଂଶୋଧିତ ହୋଇଥିଲା।
ମିସିଗନ୍ ନିର୍ବାଚନ ଅଧିକାରୀ ସଫ୍ଟୱେର୍ ସଂଶୋଧନ କଲେ : ଟ୍ରମ୍ପ୍ଙ୍କର କିଛି ଭୋଟ ଭୁଲ୍ରେ ବାଇଡେନ୍ଙ୍କ ଖାତାକୁ ପଳାଇଥିଲା
/sambad/media/post_attachments/wp-content/uploads/2020/11/biden-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)