ଶାହଜାହାନପୁର: ଉତ୍ତରପ୍ରଦେଶର ମିର୍ଜାପୁର ଅଞ୍ଚଳର ଏକ ଗ୍ରାମରେ ଜଣେ ୭୦ ବର୍ଷିୟା ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଅଭିଯୁକ୍ତ ଜଣକ ଉକ୍ତ ବୃଦ୍ଧାଙ୍କୁ ବଳପୂର୍ବକ ଉଠାଇ ନେଇ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା। ପରଦିନ ପୀଡିତାଙ୍କ ପରିବାର ତାଙ୍କୁ ଏକ ବିଲରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ । ଗ୍ରାମବାସୀମାନେ ଅଭିଯୁକ୍ତକୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଅଭିଯୁକ୍ତର ପୋଷାକରେ ରକ୍ତ ଦାଗ ଲାଗିଥିଲା ଏବଂ ଜେରା ବେଳେ ସେ ନିଜ ଅପରାଧ ସ୍ବୀକାର କରିଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି। ପୀଡ଼ିତା ବୃଦ୍ଧାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।
୭୦ ବର୍ଷିୟା ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ
/sambad/media/post_attachments/wp-content/uploads/2022/04/rape-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)