ନୂଆଦିଲ୍ଲୀ: ପଞ୍ଜାବର ମୋହାଲି ଜିଲ୍ଲା ଜିରାକପୁରରେ ଜଣେ ଯୁବକ ନିଜର ସହପାଠିନୀଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକାରିଣୀ ଉଲ୍ଲେଖ କରିଛନ୍ତି, ଗତ ୨୯ ତାରିଖ ଦିନ ବର୍ଣ୍ଣାଲାରୁ ସେ ବସ୍ ଯୋଗେ ମୋହାଲି ଆସୁଥିଲେ। ଅଧିକ ଲଗଜେ୍ ଥିବାରୁ ସେ ତାଙ୍କ ସହପାଠୀ ଖୁସ୍ୱିନ୍ଦରଙ୍କୁ ବସ୍ଷ୍ଟାଣ୍ଡକୁ ଆସିବା ପାଇଁ କହିଥିଲେ। ରାତି ୮ଟା ପାଖାପାଖି ବସ୍ ପହଞ୍ଚିବା ପରେ ଖୁସ୍ୱିନ୍ଦର ତାଙ୍କୁ ଏକ ଏସ୍ୟୁଭିରେ ଲିଫ୍ଟ ଦେଇ ପିଜି ହଷ୍ଟେଲକୁ ନନେଇ ଅନ୍ୟ କୌଣସି ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ସେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିଲେ। ତା’ପରେ ପୀଡ଼ିତାଙ୍କୁ ରାସ୍ତା କଡ଼ରେ ଛାଡ଼ି ଚାଲି ଯାଇଥିଲେ। ପୀଡ଼ିତା ଏକ କ୍ୟାବ୍ ଡାକି ହଷ୍ଟେଲକୁ ଫେରିଥିଲେ। ପରଦିନ ସେ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଖୁସ୍ୱିନ୍ଦରକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ବନ୍ଧୁକ ଦେଖାଇ ସହପାଠିନୀଙ୍କୁ ଦୁଷ୍କର୍ମ
/sambad/media/post_attachments/wp-content/uploads/2021/09/t-54.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)