ଘରର କାମ କରିବାକୁ ବାପା ରଖିଥିଲେ ଗୃହ ସହାୟକ, ପ୍ରେମ କରି ବିବାହ କଲେ ଝିଅ

ନୂଆଦିଲ୍ଲୀ: ପ୍ରେମ ଧନୀ ଗରିବ ଦେଖେ ନାହିଁ, ରଙ୍ଗ ରୂପ ଦେଖେ ନାହିଁ। ମନ ମିିଶିଲେ ସବୁ କିଛି ମୂଲ୍ୟହୀନ ହୋଇଯାଏ। ପାକିସ୍ତାନରେ ଠିକ ସେଭଳି ଏକ ଘଟଣା ଘଟିଛି। ଜଣେ ଗୃହ ସହାୟକଙ୍କୁ ପ୍ରେମ କରି ବିବାହ କରିଛନ୍ତି ମାଲିକାଣୀ। ଏନୀ ନାମକ ଜଣେ ମହିଳା ଏକ ୟୁଟ୍ୟୁବ ଭିଡିଓ‌ରେ ନିଜର ଏଭଳି ନିଆରା ପ୍ରେମ କାହାଣୀ ବିଷୟରେ କହିଛନ୍ତି। ସେ ତାଙ୍କ ଘରେ କାମ କରୁଥିବା ଇଶାୟଙ୍କୁ ପ୍ରେମ କରି ବିବାହ କରିଥିବା କହିଛନ୍ତି।

ୟୁଟ୍ୟୁବ ଭିଡିଓ‌ରେ ଏନୀ କହିଛନ୍ତି ଯେ, ତାଙ୍କ ଘରେ ତାଙ୍କ ବିବାହକୁ ନେଇ ଆଲୋଚନା କରାଯାଉଥିଲା। କିନ୍ତୁ ଯେଉଁ ପୁଅ ସହିତ ତାଙ୍କର ବିବାହ ଠିକ ହୋଇଥିଲା ସେ ଲୋଭୀ ହୋଇଥିବା ବେଳେ ଏନୀଙ୍କ ସମ୍ପତ୍ତି ହଡ଼ପ କରିବାକୁ ଚାହୁଁଥିଲେ। ଏବିଷୟରେ ଜାଣିବା ପରେ ଏନୀ ନିଜ ବାପା-ମା’ଙ୍କୁ ପୂରା ଘଟଣା ବିଷୟରେ ଜଣାଇ ସେମାନଙ୍କୁ ବୁଝାଇଥିଲେ। ଯିଏ ଟଙ୍କାକୁ ଛାଡ଼ି ମୋତେ ଭଲପାଉଥିବ ମୁଁ ସେହି ପିଲାକୁ ବିବାହ କରିବି ବୋଲି ଏନୀ ନିଜ ବାପା-ମା’ଙ୍କୁ କହିଥିଲେ। ପରେ ଏନୀଙ୍କ ବିବାହ ଭାଙ୍ଗି ଯାଇଥିଲା। ଏହା ପରେ ସେ ଘରେ କାମ କରୁଥିବା ଇଶାୟଙ୍କର ନିକଟତର ହୋଇଥିଲେ। ତାଙ୍କ ସହ କଥାବାର୍ତ୍ତା ବଢ଼ିବାରୁ ଏନୀ ଇଶାୟଙ୍କୁ ପସନ୍ଦ କରିବା ଆରମ୍ଭ କରିଥିଲେ। କିଛି ମାସ ଯିବା ପରେ ଏନୀ ଇଶାୟଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ପ୍ରଥମେ ଇଶାୟ କୌଣସି ଉତ୍ତର ଦେଇନଥିବା ବେଳେ ୨ଦିନ ପରେ ସେ ଏନୀଙ୍କ ପ୍ରସ୍ତାବ ଗ୍ରହଣ କରିଥିଲେ।

ଭିଡିଓରେ ଏନୀ ଆହୁରି କହିଛନ୍ତି ଯେ, ଇଶାୟ ରାଜି ହେବା ପରେ ବାପା-ମା’ ରାଜି ହେବେ କି ନାହିଁ ବୋଲି ମୋ ମନରେ ଡର ଥିଲା। ହେଲେ ସେମାନେ ମଧ୍ୟ ସହଜରେ ବିବାହ ପାଇଁ ରାଜି ହୋଇଯାଇଥିଲେ।

ସମ୍ବନ୍ଧିତ ଖବର