ଜୟପୁର: ରାଜସ୍ଥାନ କଂଗ୍ରେସ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ଆସିଛି। ଏଠାରେ ଦୁଇ ବଡ଼ ନେତାଙ୍କ ମଧ୍ୟରେ ବିବାଦ ଏବଂ ଭୁଲ୍ ବୁଝାମଣା ବହୁତ ଦିନ ଧରି ଚାଲିଥିଲା, କିନ୍ତୁ ଏବେ ଏହା ଶେଷ ହେବାକୁ ଯାଉଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଚିନ ପାଇଲଟ ଶନିବାର ଅଶୋକ ଗେହଲଟଙ୍କ ବାସଭବନକୁ ଯାଇ ତାଙ୍କ ପିତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜେଶ ପାଇଲଟଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ। ଦୁଇ ବଡ଼ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ରାଜନୈତିକ ମହଲରେ ଏବେ ଆଲୋଚନାର ବିଷୟ ପାଲଟିଛି।
ବଡ଼ କଥା ହେଉଛି ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ଗୋଟିଏ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଏବଂ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଏବଂ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଗେହଲଟ ମଧ୍ୟ ସୋସିଆଲ ମିଡିଆ ଏକ୍ଦରେ ପୋଷ୍ଟ କରି ଏହି ସାକ୍ଷାତ ବିଷୟରେ ସୂଚନା ଦେଇଛନ୍ତି।
ବୈଠକ ପରେ ସଚିନ ପାଇଲଟ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ତାଙ୍କର ଗସ୍ତ କେବଳ ବୁଧବାର ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ତାଙ୍କୁ ନିମନ୍ତ୍ରଣ କରିବା ପାଇଁ ଥିଲା।
AICC महासचिव श्री @SachinPilot ने आवास पर पूर्व केन्द्रीय मंत्री स्व. श्री राजेश पायलट की 25वीं पुण्यतिथि पर आयोजित कार्यक्रम के लिए आमंत्रित किया।
— Ashok Gehlot (@ashokgehlot51) June 7, 2025
मैं और राजेश पायलट जी 1980 में पहली बार एक साथ ही लोकसभा पहुंचे एवं लगभग 18 साल तक साथ में सांसद रहे। उनके आकस्मिक निधन का दुख हमें… pic.twitter.com/GPLuXMtLKw
ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ପାଇଲଟଙ୍କର ତାଙ୍କର ସାକ୍ଷାତର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଗେହଲଟ କହିଛନ୍ତି ଯେ, ସେ ଏବଂ ରାଜେଶ ପାଇଲଟ ୧୯୮୦ ମସିହାରେ ଏକାଠି ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୮ ବର୍ଷ ଧରି ସେମାନଙ୍କର ଦୀର୍ଘ ସମ୍ପର୍କ ଥିଲା। ସେ ଏହା ମଧ୍ୟ କହିଛନ୍ତି, ୨୦୦୦ ମସିହାରେ ରାଜେଶ ପାଇଲଟଙ୍କ ଆକସ୍ମିକ ମୃତ୍ୟୁ ପାଇଁ ସେ ଏବେ ବି ଦୁଃଖିତ, ଯାହାକୁ ସେ କଂଗ୍ରେସ ପାଇଁ ଏକ ବଡ଼ ଆଘାତ ବୋଲି ବର୍ଣ୍ଣନା କରିଛନ୍ତି।
ପାଇଲଟ୍ ଏହି ସାକ୍ଷାତର ଏକ ଫଟୋ ମଧ୍ୟ ସେୟାର କରି 'ଏକ୍ସ'ରେ ଲେଖିଛନ୍ତି, ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭେଟିଲି। ଜୁନ୍ ୧୧ ତାରିଖରେ ମୋ ବାପା ରାଜେଶ ପାଇଲଟଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀରେ ଦୌସାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସମାରୋହରେ ଯୋଗ ଦେବାକୁ ତାଙ୍କୁ ଅନୁରୋଧ କରିଛି।
ଗତ କିଛି ବର୍ଷ ମଧ୍ୟରେ ଏହା ଉଭୟଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ। ଜୁନ୍ ୨୦୦୦ ମସିହାରେ, ରାଜେଶ ପାଇଲଟ ଜୟପୁରରୁ ପ୍ରାୟ ୫୦କିଲୋମିଟର ଦୂରରେ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ଦୌସାର ଭଣ୍ଡାନାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।
ଏହି ବୈଠକକୁ ରାଜନୈତିକ ମହଲରେ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି କାରଣ ରାଜସ୍ଥାନରେ କଂଗ୍ରେସ କ୍ଷମତାରେ ଥିବା ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇଥିଲା।
आज पूर्व मुख्यमंत्री @ashokgehlot51 जी से मुलाकात की।
— Sachin Pilot (@SachinPilot) June 7, 2025
मेरे पिता स्व. राजेश पायलट जी की 25वीं पुण्यतिथि पर 11 जून को दौसा में आयोजित श्रद्धांजलि समारोह में उन्हें शामिल होने के लिए निवेदन किया। pic.twitter.com/cvDz1KAiaH
ଉଭୟଙ୍କ ମଧ୍ୟରେ ବିବାଦ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା। ରାଜସ୍ଥାନରେ କ୍ଷମତାକୁ ଫେରିବା ପରେ କଂଗ୍ରେସ ପାଇଲଟଙ୍କ ବଦଳରେ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ଏହା ସବୁ ସେତେବେଳେ ଘଟିଥିଲା ଯେତେବେଳେ ୨୦୧୩ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ପାଇଲଟଙ୍କୁ କଂଗ୍ରେସର ରାଜ୍ୟ ସଭାପତି କରି ରାଜସ୍ଥାନରେ ଦଳକୁ ପୁନର୍ଜୀବିତ କରିବାର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ପାଇଲଟଙ୍କୁ ଏହି ସିଂହାସନ ମିଳି ନଥିଲା। ସେବେଠାରୁ ପାଇଲଟ ଅସନ୍ତୋଷ ଥିଲେ ଏବଂ ଗେହଲଟଙ୍କ ସହ ତାଙ୍କର ମତଭେଦ ଜାରି ରହିଥିଲା।
ଅଧିକ ପଢ଼ନ୍ତୁ: ଯଦି ତୁମେ ଡେମୋକ୍ରାଟମାନଙ୍କୁ ସାହାଯ୍ୟ କର ତେବେ ପରିଣାମ ଭୟଙ୍କର ହେବ: ମସ୍କଙ୍କୁ ଚେତାବନୀ ଦେଲେ ଟ୍ରମ୍ପ୍
ଯୁବ ନେତା ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା, କିନ୍ତୁ ତାଙ୍କର ଅସନ୍ତୋଷ ସେହିପରି ଥିଲା। ପ୍ରାୟ ୨ ବର୍ଷ ପରେ, ଏହି ଅସନ୍ତୋଷ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପାଇଲଟ ୨୦୨୦ ମସିହାରେ ଗେହଲଟଙ୍କ ନେତୃତ୍ୱ ଶୈଳୀ ବିରୁଦ୍ଧରେ ଏକ ମୋର୍ଚ୍ଚା ଖୋଲିଥିଲେ। ସେବେଠାରୁ, ରାଜ୍ୟରେ ଦଳରେ ୨ଟି ଗୋଷ୍ଠୀ ସୃଷ୍ଟି ହୋଇଥିଲା।
ଏହି ଭେଟ ସମ୍ପର୍କରେ ସୂତ୍ର ଅନୁସାରେ, ସମସ୍ତଙ୍କ ନଜର ରାଜେଶ ପାଇଲଟଙ୍କ ଶ୍ରାଦ୍ଧ ବାର୍ଷିକୀ ସହିତ ଜଡିତ କାର୍ଯ୍ୟକ୍ରମ ଉପରେ ରହିଛି, କାରଣ ଏଥିରେ ଯୋଗଦେବା ଦ୍ୱାରା ଜଣାପଡିବ ଯେ, କିଏ କେଉଁ ଗୋଷ୍ଠୀରେ ଅଛନ୍ତି। ଏବେ ଯଦି ଗେହଲଟ ଏହି କାର୍ଯ୍ୟକ୍ରମରେ ଯୋଗ ନ ଦିଅନ୍ତି, ତେବେ ପାଇଲଟଙ୍କ ପାଇଁ ଏହା କହିବା ସହଜ ହେବ ଯେ, ସେ ନିଜେ ଏହି ବରିଷ୍ଠ ନେତାଙ୍କ ସହ ସମ୍ପର୍କ ସଜାଡ଼ିବା ପାଇଁ ପ୍ରଥମେ ପ୍ରୟାସ କରିଥିଲେ।
ଅଧିକ ପଢ଼ନ୍ତୁ:ଆମେରିକାର ହିଂସା: ୨,୦୦୦ ସୈନିକ ମୁତୟନ କଲେ ଟ୍ରମ୍ପ୍
ashok-gehlot | sachin-pilot-