କୋଲ୍କାତା: ବର୍ଷିୟାନ୍ ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରବିବାର ଦିନ କୋଲ୍କାତାସ୍ଥିତ ‘ବ୍ରିଗେଡ୍ ଗ୍ରାଉଣ୍ଡ୍’ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ‘ବିଜେପି’ରେ ସାମିଲ ହୋଇଥିଲେ। ବିଜେପିରେ ସାମିଲ ହେବା ପରେ ସେ ନିଜକୁ ଗୋଟିଏ କୋବ୍ରା ସାପ ବୋଲି କହିବା ସହିତ ଗୋଟିଏ ଚୋଟରେ ଶେଷ କରିଦେବେ ବୋଲି କହିଥିଲେ । ଏଥିସହିତ ସେ ଯାହା କୁହନ୍ତି ତା’ କରି ଦେଖାନ୍ତି ବୋଲି କହିଥିଲେ ।
Mithun Chakraborty is not a star of today. He is a star of yesteryears. He has changed parties four times. He was originally a Naxalite, then went to CPM, then he joined TMC & was made a Rajya Sabha MP: TMC MP Saugata Roy (1/2) https://t.co/KEY5R94sbSpic.twitter.com/UMDivXhnGE
— ANI (@ANI) March 7, 2021
ଏବେ ମିଥୁନ ଚକ୍ରବର୍ତ୍ତୀଙ୍କ ବିଜେପିରେ ଯୋଗ ଦେବାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଟିଏମସି ସାଂସଦ ସୌଗତ ରଏ। ସେ କହିଛନ୍ତି, ମିଥୁନ ଚକ୍ରବର୍ତ୍ତୀ ଆଜିର ଷ୍ଟାର ନୁହଁନ୍ତି। ସେ ଅତୀତ ବର୍ଷର ଷ୍ଟାର। ସେ ଚାରିଥର ଦଳ ପରିବର୍ତ୍ତନ କରିଛନ୍ତି। ସେ ମୂଳତଃ ଜଣେ ନକ୍ସଲ ଥିଲେ, ତାପରେ ସିପିଏମରେ ଯୋଗ ଦେଇଥିଲେ, ତାପରେ ସେ ଟିଏମସିରେ ଯୋଗ ଦେଇଥିଲେ ଏବଂ ତାଙ୍କୁ ରାଜ୍ୟସଭା ସାଂସଦ କରାଯାଇଥିଲା। ଏହା ପରେ ବିଜେପି ତାଙ୍କୁ ଇଡି ଚଢ଼ାଉର ଧମକ ଦେବାରୁ ସେ ରାଜ୍ୟସଭା ଛାଡ଼ିଥିଲେ ଏବଂ ବର୍ତ୍ତମାନ ସେ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କର କୌଣସି ବିଶ୍ୱସନୀୟତା, ସମ୍ମାନ ନାହିଁ ଏବଂ ଲୋକଙ୍କ ମଧ୍ୟରେ କୌଣସି ପ୍ରଭାବ ନାହିଁ।