କୋଲକାତା : ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ପୁଣି ଥରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ୨୧ରୁ ଅଧିକ ତୃଣମୂଳ କଂଗ୍ରେସ (ଟିଏମ୍ସି) ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଯେକୌଣସି ମୁହୂର୍ତ୍ତରେ ସେମାନେ ଦଳ ପରିବର୍ତ୍ତନ କରିପାରନ୍ତି। ସମୟ ଆସିଲେ ସେମାନଙ୍କ ନାମ ପ୍ରକାଶ କରିବେ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜ୍ୟରେ ରାଜନୈତିକ ପରିବର୍ତ୍ତନ ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ଅଭିନେତାରୁ ରାଜନେତା ହୋଇଥିବା ଚକ୍ରବର୍ତ୍ତୀ କହିଛନ୍ତି, ସେ ପରାଜୟକୁ ଭୟ କରୁନାହାଁନ୍ତି। କିନ୍ତୁ ବିନା ହିଂସା ଓ ମୁକ୍ତ ଭାବରେ ନିର୍ବାଚନ କରାଯିବା ହିଁ ଗଣତନ୍ତ୍ରର ସଫଳତା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp