କରୋନା ଟୀକା ବିକାଶ ପାଇଁ  ୩୦କୋଟି ଦାନ କଲେ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ 

ଲଣ୍ଡନ :  ସମଗ୍ର ବିଶ୍ୱରେ କରୋନା ମହାମାରୀ ଦିନକୁ ଦିନ ଅଧିକ ସାଂଘାତିକ ହେଉଥିବାବେଳେ ଏହାର ଟୀକା ବାହାର କରିବାକୁ ବିଶ୍ୱର ବୈଜ୍ଞାନିକମାନେ ରାତିଦିନ ଏକ କରିଦେଇଛନ୍ତି । ଏହି ଗବେଷଣା କ୍ଷେତ୍ରରେ ଆମେରିକା, ବ୍ରିଟେନ, ଋଷିଆ, ଇସ୍ରାଏଲ, ଭାରତ ଓ ଚୀନ ଅଗ୍ରଣୀ ରହିଛନ୍ତି ।

ଭାରତରେ ଭାରତ ବାୟୋଟେକ ଓ ଜାଇଡସ-କାର୍ଡିଲା ପକ୍ଷରୁ ଦୁଇଟି ଟୀକାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି । ତେବେ ଲଣ୍ଡନର ଅକ୍ସଫୋର୍ଡ ଜେନର ଇନଷ୍ଟିଚ୍ୟୁଟ ପକ୍ଷରୁ ପରୀକ୍ଷଣ ଚାଲିଥିବା ଟୀକା ବେଶ ସଫଳ ହେଉଥିବା କୁହାଯାଉଛି । ଏହି ଟୀକା ପଛରେ ମଧ୍ୟ ମଧ୍ୟ ଜଣେ ଭାରତୀୟ ଅଛନ୍ତି । ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ ଏହି ଗବେଷଣା ପାଇଁ ଆର୍ଥିକ ସହାୟତା କରିଥିବା ଜଣାଯାଇଛି । ମିତ୍ତଲ ଅକ୍ସଫୋର୍ଡ ଜେନରକୁ ପ୍ରାୟ ୩.୨ ନିୟୁତ ପାଉଣ୍ଡ ( ୩୦ କୋଟି ୨୧ ଲକ୍ଷ ଟଙ୍କା) ସହାୟତା କରିଛନ୍ତି । ମିତ୍ତଲଙ୍କ ଏହି ଦାନ ଟୀକା ବିକାଶ ଦିଗରେ ବେଶ ସହାୟକ ହେବ ବୋଲି ଏହି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି ।  ଏହି ସହାୟତାକୁ ସ୍ୱୀକୃତି ପ୍ରଦାନ କରି ଅକ୍ସଫୋର୍ଡର ଏକ ପ୍ରଫେସର ପଦବୀକୁ ଲକ୍ଷ୍ମୀ ମିତ୍ତଲ ଓ ପରିବାରଙ୍କ ନାମରେ ନାମିତ କରାଯାଇଛି । ଏହି ପଦବୀରେ ଏବେ ପ୍ରଫେସର ଆଡ୍ରିଆନ ହିଲ ଅଛନ୍ତି ।

୨୦୧୪ରେ ଇବୋଲା ମହାମାରୀ ବେଳେ ଟୀକା ବିକାଶ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା ଅକ୍ସଫୋର୍ଡ ଜେନେର ଇନଷ୍ଟିଚ୍ୟୁଟ ।

 

ସମ୍ବନ୍ଧିତ ଖବର