ରାଜପଥ ଗୁଣବତ୍ତା ନିରୀକ୍ଷଣ ପାଇଁ ମୁତୟନ ହେବ ଏମ୍‌ଆଇଭି

ପାଇଲଟ୍‌ ଭିତ୍ତିରେ ଓଡ଼ିଶା ସହ ୪ ରାଜ୍ୟରେ ହେବ କାର୍ଯ୍ୟକାରୀ

ନୂଆଦିଲ୍ଲୀ : ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ (ଏମ୍‌ଓଆର୍‌ଟିଏଚ୍‌) ୪ଟି ରାଜ୍ୟ ଗୁଜୁରାଟ, ରାଜସ୍ଥାନ, ଓଡିଶା ଓ କର୍ଣ୍ଣାଟକରେ ପାଇଲଟ ଭିତ୍ତିରେ ଅଣବିଧ୍ୱଂସକାରୀ ପରୀକ୍ଷଣ (ଏନ୍‌ଡିଟି) ଦ୍ୱାରା ଜାତୀୟ ରାଜପଥ ଗୁଣବତ୍ତା ନିରୀକ୍ଷଣ ପାଇଁ ଭ୍ରାମ୍ୟମାଣ ନିରୀକ୍ଷଣ ଯାନ (ଏମ୍‌ଆଇଭି) ମୁତୟନ କରିବ। ଏହି ଏମଆଇଭିଗୁଡ଼ିକର ବ୍ୟବହାର ଦ୍ୱାରା ଜାତୀୟ ରାଜପଥ ନିର୍ମାଣରେ ପ୍ରଚଳିତ ଗୁଣବତ୍ତା ନିୟନ୍ତ୍ରଣ ଓ ଗୁଣବତ୍ତା ଗ୍ରହଣ ବ୍ୟବସ୍ଥାକୁ ଆହୁରି ସକ୍ରିୟ କରିବ । ସକ୍ରିୟ ଆଭିମୁଖ୍ୟ ଦ୍ୱାରା ଗୁଣବତ୍ତାରେ ଥିବା ସମସ୍ୟାଗୁଡିକ ଚିହ୍ନଟ ହୋଇପାରିବ।

ପ୍ରତ୍ୟେକ ରାଜ୍ୟରେ ଭ୍ରାମ୍ୟମାଣ ନିରୀକ୍ଷଣ ଯାନ ସାହାଯ୍ୟରେ ତିନି ମାସରେ ୨ ହଜାର କିଲୋମିଟର ଜାତୀୟ ରାଜପଥ ପ୍ରକଳ୍ପ ନିରୀକ୍ଷଣ ହେବ। ଏନ୍‌ଏଚ୍‌ଏଆଇ/ଏନ୍‌ଏଚ୍‌ଆଇଡିସିଏଲ୍‌/ରାଜ୍ୟ ପିଡବ୍ଲୁଡି ଓ ଅନ୍ୟ ଏମ୍‌ଓଆର୍‌ଟିଏଚ୍‌ର ଅନ୍ୟ କାର୍ଯ୍ୟନିର୍ବାହୀ ଏଜେନ୍ସିଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ନିରୀକ୍ଷଣ କରାଯିବ। ଗୁଜରାଟ ପାଇଁ ରାଜିନାମା ଆଜି ସ୍ୱାକ୍ଷର ହୋଇଛି । ରାଜସ୍ଥାନ, ଓଡିଶା ଓ କର୍ଣ୍ଣାଟକ ସହ ଖୁବ୍‌ ଶୀଘ୍ର ସ୍ୱାକ୍ଷର ହେବ । ଭବିଷ୍ୟତରେ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଏପରି ଭ୍ୟାନ ନିୟୋଜିତ ହେବ। ଏହି ଏମଆଇଭିଗୁଡିକ ମାଧ୍ୟମରେ ପରୀକ୍ଷଣ ଫଳାଫଳ ସୃଷ୍ଟି ହେବା ସହ ଅସମାନତା ଆଲର୍ଟ ଅଂଶୀଦାରମାନଙ୍କ ନିକଟରେ ରିଅଲ ଟାଇମ ଭିତ୍ତିରେ ଏକ ଗୁଣବତ୍ତା ନିୟନ୍ତ୍ରଣ ପୋର୍ଟାଲ ମାଧ୍ୟମରେ ପହଞ୍ଚିବ । ଏହି ପୋର୍ଟାଲ ଏମ୍‌ଓଆର୍‌ଟିଏଚ୍‌ଙ୍କ ଦ୍ୱାରା ବିକଶିତ ହେଉଛି ।

ସମ୍ବନ୍ଧିତ ଖବର