ସ୍ପୁଟନିକ୍ ଭି ସହ ମିଶାଗଲା ଆଷ୍ଟ୍ରାଜେନେକା ଟିକା, ମିଶ୍ରିତ ଟିକା ଦେବା ପରେ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ଗୋଟିଏ ଟିକା ସହ ଅନ୍ୟ ଏକ ଟିକା ମିଶାଇ ଜଣେ ବ୍ୟକ୍ତିଙ୍କୁ ଦେଲେ ଶରୀରରେ କଣ ସବୁ ପ୍ରତିକ୍ରିୟା ଦେଖାଦେଇଥାଏ ବା ମିଶ୍ରଣ କରି ଟିକା ଦେଲେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥାଏ କି, ଏଭଳି ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ | ତେବେ ଏହାକୁ ନେଇ ଅନେକ ଗବେଷଣା ଜାରି ରହିଥିବାବେଳେ ଟ୍ରାଏଲ ମଧ୍ୟ ଚାଲିଛି |

ଏହାରି ଭିତରେ ଏବେ ସ୍ପୁଟନିକ୍ ଭି ସହ ଆଷ୍ଟ୍ରାଜେନେକା ଟିକା ମିଶ୍ରଣର ରିପୋର୍ଟ ସାମ୍ନାକୁ ଆସିଛି | ଋଷିଆ ଦ୍ୱାରା ବିକଶିତ ଟିକା ସ୍ପୁଟନିକ୍ ଭି ସହ ଆଷ୍ଟ୍ରାଜେନେକା ଟିକାକୁ ମିଶ୍ରଣ କରାଯାଇଥିଲା | ଚଳିତ ବର୍ଷ ଫେବୃଆରୀରେ ଆଜେରବାଇଜାନରେ ଏହି ମିଶ୍ରିତ ଟିକା ଦେବା ଆରମ୍ଭ ହୋଇଥିଲା। ଏହି ଅନୁସନ୍ଧାନରେ ୫୦ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା |

ତେବେ ମିଶ୍ରିତ ଟିକା ପାଇଥିବା ବ୍ୟକ୍ତିମାନଙ୍କ ଶରୀରରେ କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ | ସ୍ପୁଟନିକ୍ ଭିକୁ ମାର୍କେଟିଙ୍ଗ କରୁଥିବା ରୁଷିୟନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି |

ସମ୍ବନ୍ଧିତ ଖବର