ମିଜୋରାମ ବିଜେପି ମୁଖ୍ୟଙ୍କ ଧମକ : ନାଗରିକ ସଂଶୋଧନ ବିଲ୍‌ ରଦ୍ଦ ନହେଲେ ଦଳକୁ ଭାଙ୍ଗିଦେବୁ

ଐଜଲ୍‌ : ନାଗରିକ ସଂଶୋଧନ ବିଲ୍‌କୁ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଜୋରଦାର ବିରୋଧ କରାଯାଇଛି। ଆଜି ମିଜୋରାମ ବିଜେପି ମୁଖ୍ୟ ଜନ୍‌ ଏଚ୍‌ ଲୁନା ଧମକ ଦେଇ କହିଛନ୍ତି ଯେ ଯଦି ନାଗରିକ ସଂଶୋଧନ ବିଲ୍‌ ରଦ୍ଦ ନକରାଯାଏ ତେବେ ରାଜ୍ୟ ବିଜେପିକୁ ଭାଙ୍ଗି ଦିଆଯିବ। ସେ କହିଛନ୍ତି, ମିଜୋରାମ ବାସିନ୍ଦା ଏବଂ ସେମାନଙ୍କ ସୁରକ୍ଷାକୁ ହିଁ ସବୁଠୁ ଅଧିକ ଗୁରୁତ୍ବ ଦିଆଯିବ। ମିଜୋରାମ ଲୋକଙ୍କ ସ୍ବାର୍ଥ ସାଧନ ପାଇଁ ବିଜେପି ରାଜ୍ୟ ଶାଖା ଗଠନ ହୋଇଛି। ଯଦି କେନ୍ଦ୍ରୀୟ ନେତୃତ୍ବ ଏହି ସଂଶୋଧିତ ବିଲ୍‌କୁ ଆଇନରେ ପରିଣତ କରନ୍ତି ତେବେ ରାଜ୍ୟ ବିଜେପିକୁ ଭାଙ୍ଗି ଦିଆଯିବ ବୋଲି ଲୁନା ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି।

ସମ୍ବନ୍ଧିତ ଖବର