ମିଜୋରାମ: ଏକ ଦୁର୍ନୀତି ମାମଲାରେ ମିଜୋରାମର ଏକମାତ୍ର ବିଜେପି ବିଧାୟକ ବୁଦ୍ଧ ଧନ ଚକମା ଏବଂ ଅନ୍ୟ ୧୨ ନେତାଙ୍କୁ ସୋମବାର ସ୍ୱତନ୍ତ୍ର ଅଦାଲତ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୩ରୁ ୨୦୧୮ ମଧ୍ୟରେ ଚକମା ସ୍ୱୟଂଶାସିତ ଜିଲ୍ଲା ପରିଷଦ (ସିଏଡିସି)ର ୧.୩୭ କୋଟି ଟଙ୍କା ହେରଫେର କରିଥିବାରୁ ସ୍ବତନ୍ତ୍ର ବିଚାରପତି ଭି. ଟୁଇଚାଙ୍ଗ ବିଧାୟକ ଚକମାଙ୍କ ସମେତ ୧୩ ଜଣଙ୍କୁ ଏକ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
କୋର୍ଟ ପ୍ରତ୍ୟେକଙ୍କୁ ୧୦,୦୦୦ ଟଙ୍କା ଜରିମାନା ମଧ୍ୟ ଧାର୍ଯ୍ୟ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୩୦ ଦିନ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିବ। ଅଦାଲତଙ୍କ ଏହି ରାୟ ବିରୋଧରେ ସେମାନେ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିବେ ବୋଲି ବିଧାୟକଙ୍କ ଓକିଲ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/36-20.jpg)