ଡାକ୍ତରଙ୍କୁ ମାଡ଼ ମାରିଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ, କ୍ଷମା ମାଗିଲେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା

ଆଇଜଲ: ନିଜ ଝିଅର ଭୁଲ ପାଇଁ କ୍ଷମା ମାଗିଲେ ମିଜୋରାମ ମୁଖ୍ୟମନ୍ତ୍ରୀ | ଆଜି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଝିଅର ଭିଡିଓ ଭାଇରାଲ ହେବା ପରେ କ୍ଷମା ମାଗିଛନ୍ତି | ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ କହିଛନ୍ତି ଯେ ସେ ତାଙ୍କ ଝିଅର ଏହି ଆଚରଣକୁ ନିନ୍ଦା କରୁଛନ୍ତି | ତାଙ୍କ ଝିଅ ଡାକ୍ତରଙ୍କ ନିକଟକୁ ଯାଇ ତାଙ୍କୁ କ୍ଷମା ମାଗିଛନ୍ତି। ସୂଚନା ମୁତାବକ ମୁଖ୍ୟମନ୍ତ୍ରୀଙ୍କ ଝିଅ ମିଲାରୀ ଛାଙ୍ଗତେ ଜଣେ ଡାକ୍ତରଙ୍କୁ ଚାପୁଡ଼ା ମାରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ବୁଧବାର ଦିନ ଘଟିଥିବା ଏହି ଘଟଣାକୁ ନେଇ ଡାକ୍ତରଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା | ଶନିବାର ଦିନ ଏହି ଆକ୍ରମଣକୁ ନିନ୍ଦା କରି ୮୦୦ରୁ ଅଧିକ ଡାକ୍ତର ବିରୋଧ କରିଥିଲେ।


ବିକ୍ଷୋଭକାରୀଙ୍କ ମଧ୍ୟରୁ ଜଣେ ଡାକ୍ତର କହିଥିଲେ ଯେ ଛାଙ୍ଗତେ ଆଇଜଲରେ ଜଣେ ଚର୍ମ ରୋଗ ବିଶେଷଜ୍ଞଙ୍କ ଉପରେ ଆକ୍ରମଣ କରିଥିଲେ । ଡାକ୍ତର ଛାଙ୍ଗତେଙ୍କୁ କହିଥିଲେ ଯେ ସେ କ୍ଲିନିକକୁ ଆପଏନମେଣ୍ଟ ଆଣି ଆସିବାର ଥିଲା | ବାସ ଏତିକି କଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଝିଅ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ | ତେବେ ଆକ୍ରମଣ ସମୟର ଭିଡିଓ କ୍ଲିନିକରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଯାଇଥିଲା | ଆଉ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଯାଇଥିଲା |

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଡାକ୍ତରଙ୍କୁ ମୋ ଝିଅ ଯେଭଳି ଆଚରଣ ଦେଖାଇଥିଲା ସେନେଇ ମୁଁ କିଛି କହିବାକୁ ଚାହେଁ ନାହିଁ। ମୁଁ ଡାକ୍ତରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । ସୂଚନା ଥାଉ କି ଯେ ମୁଖ୍ୟମନ୍ତ୍ରୀଙ୍କ ପୁଅ ମଧ୍ୟ ସୋସିଆଲ ମିଡିଆରେ ଭଉଣୀଙ୍କ ତରଫରୁ କ୍ଷମା ମାଗିଥିଲେ |

ସମ୍ବନ୍ଧିତ ଖବର