କରୋନାମୁକ୍ତ ହେଲା ମିଜୋରାମ୍

ନୂଆଦିଲ୍ଲୀ: ଉତ୍ତର ପୂର୍ବାଞ୍ଚଳର ପଞ୍ଚମ ରାଜ୍ୟ ଭାବେ ମିଜୋରାମ୍‌ କରୋନାମୁକ୍ତ ହୋଇଛି। ଏଠାରେ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ଏକମାତ୍ର ରୋଗୀ ଶନିବାର ଆରୋଗ୍ୟ ଲାଭ କରି ଡାକ୍ତରଖାନାରୁ ଘରକୁ ଫେରିଛନ୍ତି।

ଉତ୍ତର ପୂର୍ବାଞ୍ଚଳର ଅନ୍ୟ ୪ଟି କରୋନାମୁକ୍ତ ରାଜ୍ୟ ହେଲେ ମଣିପୁର, ସିକ୍କିମ, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶ। ମିଜୋରାମ୍ ସ୍ବାସ୍ଥ୍ୟମନ୍ତ୍ରୀ ଡ. ଆର୍‌ ଲାଲଥାଙ୍ଗଲିଆନ୍ କହିଛନ୍ତି, ରାଜ୍ୟର ଏକମାତ୍ର କରୋନା ସଂକ୍ରମିତ ବ୍ୟକ୍ତି ଏକ ଚର୍ଚ୍ଚର ପାଶ୍ଚର ଥିଲେ। ୪୫ ଦିନର ଚିକିତ୍ସା ହେବା ପରେ ଗତକାଲି ଅପରାହ୍ନରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି। ଲଗାତାର ୪ ଥର ତାଙ୍କର ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡାକ୍ତରଖାନାକୁ ଛଡ଼ାଯାଇଛି। ତାଙ୍କର କରୋନା ପଜିଟିଭ ବାହାରିବା ପରେ ଗତ ମାର୍ଚ୍ଚ ୨୪ରେ ପତ୍ନୀ ଓ ଦୁଇ ପିଲାଙ୍କ ସହିତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପତ୍ନୀ ଓ ଦୁଇ ପିଲାଙ୍କୁ ମାର୍ଚ୍ଚ ୨୮ ତାରିଖରେ ଡାକ୍ତରଖାନାରୁ ଡିସଚାର୍ଜ କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର