ଯୌନ ଶୋଷଣ ଅଭିଯୋଗ ଆଣିଥିବା ମହିଳାଙ୍କ ବିରୋଧରେ ଫୌଜଦାରୀ ମାନହାନୀ ମକଦ୍ଦମା ରୁଜୁ କଲେ ମନ୍ତ୍ରୀ ଏମ୍‌ ଜେ ଆକବର

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଏମ୍‌ ଜେ ଆକବରଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ସାମ୍ବାଦିକାଙ୍କ ବିରୋଧରେ ସୋମବାର ମନ୍ତ୍ରୀ ଆକବର ଏକ ଫୌଜଦାରୀ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି। ସେ ସୋମବାର ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ ତାଙ୍କ ଓକିଲ କରଞ୍ଜଓ୍ଵାଲଙ୍କ ଜରିଆରେ ଦିଲ୍ଳୀ ପଟିଆଲା ହାଉସ୍‌ କୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି।

ତାଙ୍କୁ ଟାର୍ଗେଟ କରାଯାଇଛି ବୋଲି ଦାବି କରି ମନ୍ତ୍ରୀ ଆକବର ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଅଭିଯୋଗକାରୀଙ୍କ ବିରୋଧରେ କାନୁନ ସହାୟତାରେ ପଦକ୍ଷେପ ନେବେ ବୋଲି ରବିବାର ଚେତାବନୀ ଦେଇଥିଲେ। ସେ ଆହୁରି ବି କହିଥିଲେ କି ଆସନ୍ତା ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହା ତାଙ୍କ ବିରୋଧରେ ଏକ ସାଜିସ୍‌।

ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମିଥ୍ୟା ଏବଂ କଳ୍ପିତ ବୋଲି ସେ କହିଥିଲେ। ସେ କିଛି ଦିନ ପାଇଁ ଏକ ଅଫିସିଆଲ୍‌ ଯାତ୍ରାରେ ବିଦେଶ ଯାଇଥିବା ହେତୁ ତାଙ୍କ ବିରୋଧରେ ଅଭିଯୋଗ ଆସିବାର ପରେ ସଙ୍ଗେ ସଙ୍ଗେ ସେ ନିଜର ମତ ନ ରଖି କିଛି ଦିନ ସମୟ ନେଇଥିଲେ। ବିନା ପ୍ରମାଣରେ ଏପରି ଅଭିଯୋଗ ଏକ ଭାଇରାଲ ଜ୍ୱର ପରି ବୋଲି ମନ୍ତ୍ରୀ ମତ ରଖିଥିଲେ।

ସମ୍ବନ୍ଧିତ ଖବର