ନୂଆଦିଲ୍ଲୀ: ସୋମବାର ଦିନ ଏକ ଦିଲ୍ଲୀ ଅଦାଲତ ସାମ୍ବାଦିକା ପିୟା ରମାନିଙ୍କୁ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ବେଲ୍ ବଣ୍ଡ୍ରେ ଜାମିନ ମଞ୍ଜୁର କରିଛନ୍ତି। ୨୦ ବର୍ଷ ତଳେ ତାଙ୍କ ସହ ବ୍ୟଭିଚାର କରିଥିବା #ମିଠୁରେ ଅଭିଯୋଗ କରିବାରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମ୍ ଜେ ଆକବର ଏକ ମାନହାନୀ ମାମଲା ଦାଏର କରିଥିଲେ।
ଜାନୁଆରି ୨୯ ତାରିଖ ଦିନ ଆଡିସ୍ନାଲ୍ ଚିଫ୍ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସମର ବିଶାଳ ଆକବରଙ୍କ ଆବେଦନ ସଂକ୍ରାନ୍ତରେ ଏକ ନିର୍ଦେଶନାମା ଜାରି କରିବା ପରେ ସୋମବାର ଦିନ ପିୟା ପଟିଆଲା ହାଉସ୍ କୋର୍ଟରେ ହାଜର ହୋଇଥିଲେ। ଏପ୍ରିଲ୍ ୧୦ ଦିନ ପରବର୍ତ୍ତୀ ଶୁଣାଣି ଲାଗି ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି।
ରମାନି କହିଛନ୍ତି, ପରବର୍ତ୍ତୀ ତାରିଖ ଏପ୍ରିଲ୍ ୧୦ରେ ସେମାନେ ମୋ ବିରୋଧରେ ଚାର୍ଜ ଫ୍ରେମ୍ କରିବେ। ଏହା ପରେ ମୋ କଥା କହିବା ପାଳି ପଡ଼ିବ। ସତ୍ୟ ମୋର ପ୍ରତିରକ୍ଷା।
ରମାନିଙ୍କ ଅଭିଯୋଗକୁ ଆକବର ଅସ୍ୱୀକାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/piya_ramani.jpeg)