ନୂଆଦିଲ୍ଲୀ: ଦେଶରେ ଅନେକ ନାମୀ ସାଂସଦ, ବିଧାୟକ, ବିଧାନ ପରିଷଦ ସଭ୍ୟ ଓକିଲାତି କରୁଛନ୍ତି। ଉଭୟ ରାଜନୀତି ଏବଂ ଓକିଲାତି ସମନ୍ତରାଳ ଭାବେ ଚଳାଇଥିବା ଏଭଳି ବ୍ୟକ୍ତିଙ୍କୁ ଏବେ ବାର୍୍ କାଉନ୍୍ସିଲ ନୋଟିସ୍ ଜାରି କରି ସେମାନଙ୍କ ଓକିଲାତି କରିବାର ଅଧିକାର ଉପରେ ପ୍ରଶ୍ନ ଉଠାଇଛି। ସେମାନେ ସାମ୍ବିଧାନିକ ପଦରେ ଥାଇ ସରକାରଙ୍କଠାରୁ ଦରମା ନେଉଥିବାରୁ ଓକିଲାତି କରିବାକୁ କାହିଁକି ଅନୁମତି ଦିଆଯିବ ଏବଂ ସେମାନଙ୍କ ଓକିଲାତି କାହିଁକି ବନ୍ଦ କରାଯିବ ନାହିଁ ସେ ବାବଦରେ ଜବାବ ରଖିବାକୁ କୁହାଯାଇଛି । ଗୋଟିଏ ସପ୍ତାହ ମଧ୍ୟରେ ଏ ବାବଦ ଉତ୍ତର ରଖିବାକୁ ୫୦୦ ଆଇନଜୀବୀଙ୍କୁ ନୋଟିସ୍ ଦିଆଯାଇଛି, ଯେଉଁମାନେ ସାଂସଦ, ବିଧାୟକ ଏବଂ ବିଧାନ ପରିଷଦ ସଭ୍ୟ ଅଛନ୍ତି। ଜାନୁଆରି ୨୨ ତାରିଖ ଦିନ ଏ ବାବଦରେ ଚୂଡ଼ାନ୍ତ ଶୁଣାଣି ହେବ ବୋଲି ଜଣାପଡ଼ିଛି । ବିଜେପି ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ମଧ୍ୟ ପୂର୍ବରୁ ଏ ବାବଦରେ ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଏବଂ ଭାରତୀୟ ବାର୍ କାଉନ୍୍ସିଲ ଅଧ୍ୟକ୍ଷଙ୍କୁ ପତ୍ର ଲେଖି ସାଂସଦ ଏବଂ ବିଧାୟକ ଥିବା ବ୍ୟକ୍ତିଙ୍କ ଓକିଲାତିରେ ରୋକ୍ ଲଗାଇବାକୁ ନିବେଦନ କରିଥିଲେ। ସରକାରଙ୍କଠାରୁ ନିର୍ଦ୍ଧାରିତ ପ୍ରକ୍ରିୟାରେ ନିୟମିତ ଦରମା ନେଉଥିବା ଏହି ବ୍ୟକ୍ତିମାନେ କୌଣସି ଅଦାଲତରେ ଓକିଲାତି କରିପାରିବେ ନାହିଁ ବୋଲି ପୂର୍ବରୁ ସୁପ୍ରିମ୍ କୋର୍ଟ ଏକ ରାୟରେ କହିଥିଲେ । ତେଣୁ ଏ ବାବଦରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବାର୍ କାଉନ୍ସିଲ ଗୁରୁତ୍ୱାରୋପ କରିଛି।
ସାଂସଦ, ବିଧାୟକଙ୍କ ଓକିଲାତିରେ ରୋକ୍ ଲାଗିବ!
୫୦୦ ନେତାଙ୍କୁ ନୋଟିସ ଜାରି
/sambad/media/post_attachments/wp-content/uploads/2018/01/bar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)