ବିଧାୟକଙ୍କ ଦ୍ବାରା ମାଡ଼ ଖାଇଥିବା ଅଧିକାରୀ ଆଇସିୟୁରେ

ଇନ୍ଦୋର: ଇନ୍ଦୋର ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କ ଦ୍ବାରା ବ୍ୟାଟ୍‌ରେ ମାଡ଼ ଖାଇଥିବା ଇନ୍ଦୋର ମହାନଗର ନିଗମ ଅଧିକାରୀ ଖୁବ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ଇନ୍ଦୋରର ପଲସିଆ ଅଞ୍ଚଳ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ର ଆଇସିୟୁରେ ଭର୍ତ୍ତି ହୋଇ ଅଧିକାରୀ ଜଣଙ୍କ ଏବେ ଚିକିତ୍ସାଧୀନ ଅଛନ୍ତି। ଗତ ଗୁରୁବାର ରାତିରେ ୪୬ ବର୍ଷୀୟ ଧୀରେନ୍ଦ୍ର ସିଂହ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅନ୍ୟପ‌କ୍ଷେ ଗିରଫ ହୋଇ ଜେଲ୍‌ରେ ଥିବା ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ସ୍ବତନ୍ତ୍ର ବିଚାରପତି ସୁରେଶ ସିଂହ ଜାମିନ ମଂଜୁର କରିଛନ୍ତି।

ସମ୍ବନ୍ଧିତ ଖବର