ନୂଆଦିଲ୍ଲୀ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ନାତି ବିଜେପି ନେତା କୁଲଦୀପ ବିଶ୍ନୋଇଙ୍କ ପୁଅ ଓ ଆଦମପୁର ବିଧାୟକ ଭବ୍ୟ ବିଶ୍ନୋଇଙ୍କ ଧୁମଧାମ‌‌ରେ ବିବାହ ହୋଇଛି।

Advertisment

ଏମଏଲଏ ଭବ୍ୟ ବି‌ଶ୍ନୋଇ ଆଇଏଏସ ପରୀ ବି‌ଶ୍ନୋଇଙ୍କୁ ଡିସେମ୍ବର ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ବିବାହ କରିଥିଲେ । ଏହି ବିବାହ ଭୋଜିରେ ଅନେକ ଭିଆଇପି ସାମିଲ ହୋଇ ବିଧାୟକ ଓ ଆଇଏଏସ ଦମ୍ପତିଙ୍କ ବୈବାହିକ ଜୀବନର ଶୁଭକାମନା ଜଣାଇଥିଲେ।

ବିବାହ ପରେ ଦୁହେଁ ନିଜନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଯୁଗଳ ଫଟୋ ପୋଷ୍ଟ କରିଛନ୍ତି।  ଏଥିରେ ଦୁହେଁ ଖୁବ ସୁନ୍ଦର ଦେଖାଯାଉଛନ୍ତି।  ପରୀ ବି‌‌ଶ୍ନୋଇଙ୍କ  ୨୦୨୩ ମଇ ୩ ତାରିଖରେ ବିକାନେରର ଏକ ରିସର୍ଟରେ  କିଛି ପାରମ୍ପରିକ ଅନୁଷ୍ଠାନ ପରେ ଦାର୍ଜିଲିଂରେ ଭବ୍ୟଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା।

୨୦୧୯-୨୦୨୦ ବ୍ୟାଚର ଆଇଏଏସ ଅଧିକାରୀ ପରୀ ସମ୍ପ୍ରତି ସିକ୍କିମ କ୍ୟାଡରରେ ନିୟୋଜିତ ଅଛନ୍ତି। ଉକ୍ତ ଅଞ୍ଚଳରେ ପରୀଙ୍କ କାମଙ୍କୁ ନେଇ ଲୋ‌କେ ବି ଖୁବ ଚର୍ଚ୍ଚା କରିଥାଆନ୍ତି। ପରୀ ଲୋକଙ୍କ ସମାସ୍ୟାର ସମାଧାନ ପାଇଁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିଥାଆନ୍ତି। ବିଧାୟକ ଓ ଆଇଏଏସ ଦମ୍ପତିଙ୍କ ବିବାହ ଫଟୋ ସ‌ାମ୍ନାକୁ ଆସିବା ପରେ ଲୋକେ ଯୋଡ଼ିକୁ ଖବୁ ପସନ୍ଦ କରୁଛନ୍ତି।