‘ନକ୍ସଲଙ୍କୁ କହି ଥାନା ଉଡାଇଦେବି’ ଖୋଲାଖୋଲି ଧମକ ଦେଲେ ବିଧାୟକ ପ୍ରାର୍ଥୀ

ପାଟନା: ଭୋଜପୁର ‘ପୁଲିସ ଷ୍ଟେସନ ନିଜକୁ ଶକ୍ତିଶାଳୀ ବୋଲି ଭାବିବା ଉଚିତ୍ ନୁହେଁ, ବନ୍ଧୁକ ଚଳାଇଦେବି | ମୁଁ ସାଧାରଣ ବିଧାୟକ ନୁହେଁ”। ଜଣେ ବିଧାୟକ ପ୍ରାର୍ଥୀ କିଛି ଏଭଳି କହୁଥିବାର ଭାଇରାଲ୍ ଭିଡିଓରେ ଏବେ ବିହାର ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି | ଏହି ଭିଡିଓରେ ଆରଜେଡିର ଜଗଦୀଶପୁରରୁ ପ୍ରାର୍ଥୀ ହୋଇଥିବା ରାମକିଶୁନ୍ ଲୋହିଆ ଙ୍କୁ ଦେଖିବାର ମିଳିଛି | ଚର୍ଚ୍ଚା ମୁତାବକ ସେ ଭିଡିଓରେ ଯେଉଁଭଳି ଭାବରେ କହୁଛନ୍ତି, ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ନକ୍ସଲମାନଙ୍କ ସହ ଏହି ନେତାଙ୍କ ସମ୍ପର୍କ ରହିଛି।

ଭିଡିଓରେ ଆରଜେଡି ନେତା ସ୍ପଷ୍ଟ ଭାବରେ କହୁଛନ୍ତି ଯେ ଯଦି କାମ ନହୁଏ ତେବେ ସେ ନକ୍ସଲଙ୍କୁ କହି ପୁଲିସ ଷ୍ଟେସନକୁ ଉଡ଼ାଇ ଦେବେ। ଏହି ଭାଇରଲ ଭିଡିଓକୁ ନେଇ ଏବେ ବିହାର ରାଜନୀତି ରେ ଚର୍ଚ୍ଚା ଜୋର ଧରିଛି । ଆରଜେଡି ପ୍ରାର୍ଥୀଙ୍କ ଭିଡିଓକୁ ନେଇ ପ୍ରତିପକ୍ଷ ଜେଡିୟୁ ମୁଖପାତ୍ର ରାଜୀବ ରଂଜନ କହିଛନ୍ତି, ‘ଆରଜେଡି ନେତାମାନେ ଗୁଣ୍ଡା, ନକ୍ସଲ ଏବଂ ବଳାତ୍କାରୀଙ୍କ ସହିତ ସମ୍ପର୍କ ରଖନ୍ତି |

बिहार चुनाव: 'गोली-बंदूक चलवा देंगे, नक्सलियों से थाना उड़वा देंगे', RJD प्रत्याशी के VIRAL VIDEO पर बवाल
photo-news 18

ସେଥିପାଇଁ ଭୟଭୀତ କରାଇ ଓ ଧମକ ଦେଇ କାମ କରିବାକୁ ଚେଷ୍ଟା କରନ୍ତି | ସେହିପରି ବିହାର ବିଜେପି କହିଛି ଯେ ଆରଜେଡି ସମୟରେ କାହିଁକି ନକ୍ସଲ ଆକ୍ରମଣ ହେଉଥିଲା ତାହା ସ୍ପଷ୍ଟ ହୋଇଛି | ତେଜସ୍ୱି ଯାଦବ ଶାସନ ଗାଡିକୁ ଆସିବା ପାଇଁ ଯେ କୌଣସି ସ୍ତରକୁ ବି ଯାଇପାରିବେ |

ସମ୍ବନ୍ଧିତ ଖବର