ଉଦ୍ଧବଙ୍କ ବୈଠକକୁ ଆସିଲେ ନାହିଁ ଅଧାରୁ ଅଧିକ ବିଧାୟକ, ଚିନ୍ତାରେ ଶିବସେନା

ମୁମ୍ବାଇ: ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଦେ ଦଳର ୨୬ ଜଣ ବିଧାୟକଙ୍କ ସହ ମିଶି ରାଜ୍ୟ ବାହାରକୁ ଯାଇ ଗୁଜୁରାଟର ସୁରଟ ସହରରେ ଏକ ହୋଟେଲ୍‌ରେ ଆତ୍ମଗୋପନ କରିବା ପରେ ରାଜ୍ୟ ରାଜନୀତିରେ ସଙ୍କଟ ଉପୁଜିଛି। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଅପରାହ୍ନରେ ବିଧାୟକମାନଙ୍କର ଏକ ବୈଠକ ଡାକିଥିଲେ | ତେବେ ଏହି ବୈଠକରେ ପ୍ରାୟ ୨୦ ଜଣ ବିଧାୟକ ଯୋଗ ଦେଇଥିଲେ। ଏଭଳି ପରିସ୍ଥିତିରେ ଉଦ୍ଧବ ଠାକରେ ସରକାରଙ୍କ ଚିନ୍ତା ବଢିଚାଲିଛି । ଶିବସେନାରେ ସମୁଦାୟ ୫୫ ଜଣ ବିଧାୟକ ଥିବାବେଳେ ଆଜି ୩୫ ଜଣ ବିଧାୟକ ଯୋଗ ଦେଇନଥିଲେ | ତେବେ କୁହାଯାଉଛି ଯଦି ଦଳରୁ ୨୭ ଜଣ ବିଧାୟକ ଦୂରେଇ ଯାଆନ୍ତି, ତେବେ ସେମାନଙ୍କ ପ୍ରତି ଦଳ-ବଦଳ ଆଇନ ଲାଗୁ ହେବ ନାହିଁ। ଏଭଳି ପରିସ୍ଥିତିରେ, ୩୫ ଜଣ ବିଧାୟକ ଉଦ୍ଧବ ଠାକରେଙ୍କ ବୈଠକରୁ ବିଧାୟକମାନେ ଦୂରେଇ ଯାଇ ଶିବସେନା ପାଇଁ ଚିନ୍ତାର କାରଣ ପାଲଟିଯାଇଛନ୍ତି।

ଗୋଟିଏ ପଟେ ସେ ଏକନାଥ ସିନ୍ଦେଙ୍କୁ ବିଧାନସଭା ଦଳର ନେତା ପଦରୁ ହଟାଇ ଅଜୟ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଛି | ଏହି ସମୟରେ ବିଜେପିର ଦାବି ଶିବସେନା ଏବଂ ଅଘାଡି ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ଆମ ପାଖରେ ଥିବା ଖବର ଅନୁଯାୟୀ ଏକନାଥ ସିନ୍ଧେ ୩୫ ଜଣ ବିଧାୟକଙ୍କ ସହ ଯାଇଛନ୍ତି। ସେ କହିଛନ୍ତି ଯେ ଏମଏଲସି ନିର୍ବାଚନ ଏବଂ ରାଜ୍ୟସଭା ନିର୍ବାଚନରେ ​​ଆମକୁ ଭଲ ସମର୍ଥନ ମିଳିଛି। ଅନେକ ସ୍ୱାଧୀନ ବିଧାୟକ ଏବଂ ଛୋଟ ଛୋଟ ଦଳର ନେତାମାନେ ଆମକୁ ଭୋଟ୍ ଦେଇଥିଲେ। ତେବେ ଏହି ସମୟ ମଧ୍ୟରେ ଚନ୍ଦ୍ରକାନ୍ତ ପାଟିଲ ମଧ୍ୟ ସୂଚାଇ ଦେଇଛନ୍ତି ଆମେ ବର୍ତ୍ତମାନ ପରିସ୍ଥିତି ଉପରେ ନଜର ରଖିଛୁ।

ଏକନାଥ ସିନ୍ଧେ ଆମକୁ କୌଣସି ପ୍ରସ୍ତାବ ପଠାଇ ନାହାଁନ୍ତି କିମ୍ବା ତାଙ୍କୁ ବିଜେପି ପକ୍ଷରୁ କିଛି ଅଫର ଦିଆଯାଇ ନାହିଁ। ଏହା ସହିତ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ରାଜନୀତିରେ ଯେକୌଣସି ସମୟରେ କିଛି ବି ହୋଇପାରେ | ଉଦ୍ଧବ ଠାକରେଙ୍କ ବୈଠକରେ ୩୫ ଜଣ ଶିବସେନା ବିଧାୟକଙ୍କ ଅନୁପସ୍ଥିତି ଯୋଗୁଁ ବିଜେପି ନେତାଙ୍କ ଦାବି ଦୃଢ ସାବ୍ୟସ୍ତ ହୋଇଛି | ଉଲ୍ଲେଖ ଥାଉ କି ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୦୬ ଜଣ ବିଧାୟକ ଅଛନ୍ତି ଏବଂ ଅନ୍ୟ ୧୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି। ଏଭଳି ପରିସ୍ଥିତିରେ ଯଦି ତାଙ୍କୁ ୨୬ ଶିବସେନା ବିଧାୟକ ସମର୍ଥନ କରନ୍ତି, ତେବେ ସରକାର ଗଠନ କରିବାର ମ୍ୟାଜିକ ନମ୍ବରରେ ବିଜେପି ପହଞ୍ଚିଯିବ।

ସମ୍ବନ୍ଧିତ ଖବର