ବିଧାୟକ ହେବ ତ ଏମିତି ! ଖରାପ ରାସ୍ତା ତିଆରି କରିଥିବାରୁ ଇଞ୍ଜିନିୟରଙ୍କୁ ମୁର୍ଗା ବନାଇବାକୁ କହିଲେ

ଶାଜାପୁର: ବିଧାୟକ ହେବ ତ ଏମିତି। ମଧ୍ୟପ୍ରଦେଶର ଶାଜାପୁରରେ ଖରାପ ରାସ୍ତା ନିର୍ମାଣ ଦେଖି ବିଧାୟକ କୁନାଲ ଯେଉଁଭଳି ଭାବରେ ରାସ୍ତା ନିର୍ମାଣ କରିଥିବା ଇଞ୍ଜିନିୟରଙ୍କୁ ତାଗିିଦ କରିଥିଲେ, ସେ ବିଷୟରେ ଜାଣିବା ପରେ ଲୋକେ ଏବେ ଏଭଳି କହିବା ଆରମ୍ଭ କରିଛନ୍ତି।

ସୂୂଚନା ମୁତାବକ, ମଧ୍ୟପ୍ରଦେଶରେ ପୋଲାଇକଲାନ ମ୍ୟୁନିସିପାଲିଟି ପରିଷଦ ଦ୍ୱାରା ୱାର୍ଡ ନମ୍ବର-୧ ଏବଂ ଅନ୍ୟାନ୍ୟ ସ୍ଥାନରେ ୬୫ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରାଯାଉଛି। ରବିବାର ବିଳମ୍ବିତ ରାତିରେ ନିର୍ବାଚନ ପ୍ରଚାର ସମୟରେ ଆଞ୍ଚଳିକ ବିଧାୟକ କୁନାଲ ଚୌଧରୀ ଏହି ଅଞ୍ଚଳରେ ପହଞ୍ଚିଥିଲେ। ସେ ନିର୍ମାଣ ହୋଇଥିବା ରାସ୍ତାକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିବା ସହ ସଙ୍ଗେ ସଙ୍ଗେ କଲେକ୍ଟର ଦୀନେଶ ଜୈନଙ୍କୁ କଲ କରିବା ସହ ମୁଖ୍ୟ ମ୍ୟୁନିସିପାଲିଟି ଅଧିକାରୀ ଏବଂ ଇଞ୍ଜିନିୟରଙ୍କୁ ଡାକି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

କଲେକ୍ଟର ଦୀନେଶ ଜୈନଙ୍କୁ କଲ କରି ବିଧାୟକ କୁନାଲ ଚୌଧୁରୀ କହିଥିଲେ ଯେ, ଏଠାରେ କି ପ୍ରକାର ରାସ୍ତା ନିର୍ମାଣ କରାଯାଉଛି? ୬୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ପାଇଁ ଖରାପ ମାନର ଜିନିଷ ବ୍ୟବହାର କରାଯାଉଛି। ମୁଁ ମୁଖ୍ୟ ମ୍ୟୁନିସିପାଲିଟି ଅଧିକାରୀ ଏବଂ ଇଞ୍ଜିନିୟରଙ୍କୁ ମୋ ପାଖକୁ ଡାକିଛି। ଯଦି ମୁଁ ଚାହେଁ, ଏ ଦୁହିଁଙ୍କୁ ଏବେ ଏଇଠି ମୁର୍ଗା ବନାଇ ଦେବି। ଏଭଳି କରି ଏମାନେ ସାଧାରଣ ଟଙ୍କା ଖାଉଛନ୍ତି। ସେମାନଙ୍କୁ ଲୁଟୁଛନ୍ତି। ଯଦି ଏହି ରାସ୍ତା ପୁଣି ଥରେ ନିର୍ମାଣ ନହୁଏ, ତେବେ ମୁଁ ଧାରଣାରେ ବସିବି। ମୁଁ ନିଜେ ଜଣେ ଇଞ୍ଜିନିୟର। ଏହି ରାସ୍ତାଟି କିପରି ନିର୍ମାଣ ହୋଇଛି ମୁଁ ଭଲ ଭାବେ ଜାଣେ।

ସମ୍ବନ୍ଧିତ ଖବର