ମହିଳାଙ୍କୁ ଅପହରଣ କଥା କହି ଅଡ଼ୁଆରେ ବିଜେପି ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରର ଜଣେ ବିଜେପି ବିଧାୟକ ମହିଳାଙ୍କୁ ଅପହରଣ କରି ଆଣିବେ ବୋଲି ଦାବି କରି ଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି। ମୁମ୍ବାଇର ଘଟକୋପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ରାମ କଦମ ଏକ ଦହି ହାଣ୍ଡି କାର୍ଯ୍ୟକ୍ରମରେ ଆଜି ଯୁବକମାନଙ୍କ ଆଗରେ ଏକ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ସେ କହିଥିଲେ, ଯେ କୌଣସି ବ୍ୟକ୍ତି ଯଦି କାହାକୁ ପ୍ରେମ କରୁଥାନ୍ତି, ତା’ହେଲେ ବିବାହ ପାଇଁ ଆବଶ୍ୟକ ହେଲେ ସେ ଉକ୍ତ ମହିଳାଙ୍କୁ ଅପହରଣ କରି ଆଣିବେ । ବିରୋଧୀ ଦଳ ଗୁଡ଼ିକ ବିଧାୟକଙ୍କ ଏଭଳି ବୟାନ ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର