ପ୍ରଭାତ ବିଶ୍ୱାଳଙ୍କ ଜାମିନ୍‌ ଆବେଦନ ଖାରଜ

ଭୁବନେଶ୍ୱର: ସିସୋର ଚିଟ୍‌ ଫଣ୍ଡ ଲିଙ୍କ ନେଇ କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ୍‌ ଆବେଦନ ଶନିବାର ଖାରଜ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ପ୍ରଭାତଙ୍କ ଓକିଲ ଜାମିନ୍‌ ପାଇଁ ସ୍ପେଶାଲ ସିଜିଏମ୍‌ କୋର୍ଟରେ ଜାମିନ୍‌ ପାଇଁ ଆବେଦନ କରିଥିଲେ। ୫ ଦିନିଆ ରିମାଣ୍ଡରେ ଯାଇଥିବା ପ୍ରଭାତଙ୍କୁ ଶୁକ୍ରବାର ସିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଚିଟ୍‌ ଫଣ୍ଡ ଦୁର୍ନୀତି ମାମଲା ସହିତ ଜଡ଼ିତ ଥିବା ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ସୋମବାର ରାତିରେ ଗିରଫ ସିବିଆଇ ଗିରଫ କରିଥିଲା। ପ୍ରଭାତଙ୍କୁ ସିବିଆଇ ୫ଦିନିଆ ରିମାଣ୍ଡରେ ନେଇଥିବା ବେଳେ ଏହା ଶେଷ ହେବାର ଗୋଟିଏ ପୂର୍ବରୁ କୋର୍ଟରେ ହାଜର କରିଥିଲା।

ସମ୍ବନ୍ଧିତ ଖବର