ମୁମ୍ବାଇ: ମନୋମାଳିନ୍ୟ ଦୁରେଇ ଦେଇ ପୁଣି ମୋଦୀଙ୍କ ସହ ମିଶିଯାଆନ୍ତୁ, କଂଗ୍ରେସ ଓ ଏନସିପି ଆମ ଦଳକୁ ଦୁର୍ବଳ କରିବାକୁ ଚାଁହୁଛନ୍ତି | କିଛି ଏଭଳି ଆଜି ଲେଖି ମହାରାଷ୍ଟ୍ରର ରାଜନୀତିକୁ ସରଗରମ କରିଦେଇଛନ୍ତି ଶିବସେନା ବିଧାୟକ ପ୍ରତାପ ସରନାଇକ | ସେ ନିଜ ଦଳର ସଭାପତି ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି କିଛି ସଙ୍ଗୀନ କଥା ସାମ୍ନାକୁ ଆଣିଛନ୍ତି | ସେ ଲେଖିଥିବା ଏହି ଚିଠିରେ ରାଜ୍ୟରେ ମିଳିତ ସରକାରର ସହଯୋଗୀ ଉଭୟ ଏନସିପି ଏବଂ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କେବଳ ଏତିକି ନୁହେଁ, ସେ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆସିବାକୁ ଉଦ୍ଧବ ଠାକରେଙ୍କୁ ନିବେଦନ କରିଛନ୍ତି । ଶିବସେନା ବିଧାୟକ ପ୍ରତାପ ସରନାଇକ ଲେଖିଛନ୍ତି, ଏନସିପି ଏବଂ କଂଗ୍ରେସ ସେମାନଙ୍କର ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି।
କଂଗ୍ରେସ ଏକାକୀ ଲଢ଼ିବାକୁ ଚାହୁଁଛି ଏବଂ ଏନସିପି ଶିବସେନାର ନେତାମାନଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ସେମାନେ କେନ୍ଦ୍ରରୁ ପରୋକ୍ଷ ସମର୍ଥନ ପାଇଥିବା ଜଣାପଡିଛି, ଏନସିପି ନେତାଙ୍କ ପଛରେ କୌଣସି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ନାହିଁ'। ପ୍ରତାପ ସରନାଇକ ଆହୁରି ମଧ୍ୟ ଉଦ୍ଧବ ଠାକରେଙ୍କୁ ଜଣାଇଛନ୍ତି ଯେ, “ଆମେ ଆପଣଙ୍କ ନେତୃତ୍ୱକୁ ବିଶ୍ୱାସ କରୁ କିନ୍ତୁ କଂଗ୍ରେସ ଏବଂ ଏନସିପି ଆମ ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ମୋତେ ଅନୁଭବ ହେଉଛି ଯେ ଯଦି ଆପଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟତର ହୁଅନ୍ତି ତେବେ ଏହା ଭଲ ହେବ। ଯଦି ଆମେ ପୁଣି ଥରେ ଏକାଠି ହେବା ତେବେ ଦଳ ଏବଂ କର୍ମୀମାନେ ଉପକୃତ ହେବେ'।
ଏହା ସହ ସେ ଲେଖିଛନ୍ତି ଯେ ଆମର ବିନା ଦୋଷରେ କେନ୍ଦ୍ରୀୟ ଏଜେନ୍ସିମାନେ ଆମକୁ ଟାର୍ଗେଟ କରୁଛନ୍ତି, ଯଦି ଆପଣ ପିଏମ ମୋଦୀଙ୍କ ନିକଟତର ହୁଅନ୍ତେ ତେବେ ରବିନ୍ଦ୍ର ୱାଇକର, ଅନିଲ ପରବ, ପ୍ରତାପ ସରନାଇକ ଏବଂ ସେମାନଙ୍କ ପରିବାରଙ୍କ ଦୁଃଖ ଦୂର ହେବ'। ସୂଚନା ଥାଉ କି ଯେ ଶିବସେନା ସାଂସଦ ସଞ୍ଜୟ ରାଓତଙ୍କ ବିବୃତ୍ତି ପରେ ମହାରାଷ୍ଟ୍ର ସରକାରରେ ସବୁ କିଛି ଠିକ୍ ଅଛି କି ନାହିଁ ବୋଲି ପ୍ରଶ୍ନ ଉଠିଛି। ବାସ୍ତବରେ, ରବିବାର ଦିନ ସଞ୍ଜୟ ରାଓତ କହିଥିଲେ ଯେ ଯେଉଁମାନେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାଁନ୍ତି ସେମାନେ ଏକାଠି ଲଢନ୍ତୁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/PM_Modi_Uddhav_PTI.jpg)
