ମହାରାଷ୍ଟ୍ର : ମୁମ୍ବାଇର ଏସବୁ ପଞ୍ଚତାରକା ହୋଟେଲରେ ରହୁଛନ୍ତି ଏନସିପି, କଂଗ୍ରେସ ଓ ଶିବସେନା ବିଧାୟକ

ମୁମ୍ବାଇ : ମହାରାଷ୍ଟ୍ରରେ ରାଜନୈତିକ ପରିସ୍ଥିତି ବେଳକୁ ବେଳ ଅଧିକ ଜଟିଳ ହେଉଛି । ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଆସନ୍ତା କାଲି ଦିନ ସାଢେ ୧୧ଟା ବେଳେ ଦିନ ଧାର୍ଯ୍ୟ କରିଥିବାବେଳେ ଏବେ ସବୁ ଦଳ ନିଜ ନିଜର ରଣକୌଶଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।

ଏନସିପି, ଶିବସେନା ଓ କଂଗ୍ରେସ ନିଜ ନିଜର ବିଧାୟକମାନଙ୍କୁ ମୁମ୍ବଇର ବିଭିନ୍ନ ପଞ୍ଚତାରକା ହୋଟେଲରେ ରଖିଛନ୍ତି । ଏନସିପି ନିଜ ବିଧାୟକମାନଙ୍କୁ ରେନେସାଁ ହୋଟେଲରେ, ଶିବସେନା ନିଜ ବିଧାୟକମାନଙ୍କୁ ଦ ଲଲିତ୍‌ ହୋଟେଲରେ ଓ କଂଗ୍ରେସ ନିଜ ବିଧାୟକମାନଙ୍କୁ ଜେଡବ୍ଲୁ ମାରିୟଟ ହୋଟେଲରେ ରଖିଛି । କିଛି ସମୟ ପୂର୍ବରୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟ ଠାକରେ ରେନସାଁଯାଇ ଏନସିପି ବିଧାୟକମାନଙ୍କୁ ଭେଟିଛନ୍ତି । ଏହା ପରେ ସେମାନେ ଦ ଲଲିତ ହୋଟେଲ ଯାଇ କଂଗ୍ରେସ ବିଧାୟକମାନଙ୍କୁ ଭେଟିବେ । ଅନ୍ୟପକ୍ଷରେ ବିଜେପିର ବିଧାୟକମାନେ ଦଳୀୟ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ମ ବୈଠକରେ ଏକତ୍ରିତ ହୋଇଛନ୍ତି ।

ଆଜି ବିଜେପି ଏମପି ସଂଜୟ କାକଡେ ଏନସିପି ସୁପ୍ରିମୋ ଶରଦ ପାଓ୍ଵାରଙ୍କୁ ଭେଟିବାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଉଛି ।

ସମ୍ବନ୍ଧିତ ଖବର