ଜୟପୁର: ପିଲାଏ ସେମାନଙ୍କ ପଦାଙ୍କ ଅନୁସରଣ କରନ୍ତୁ ବୋଲି ଅଧିକାଂଶ ରାଜନୈତିକ ନେତାମାନଙ୍କର ଅଭିଳାଷ ଥାଏ। କିନ୍ତୁ, ରାଜ୍ୟ ବିଧାନସଭାରେ ପିଅନ ଭାବେ ସରକାରୀ ଚାକିରି ଖଣ୍ଡେ ପାଇଥିବାରୁ ରାଜସ୍ଥାନର ଜଣେ ବିଧାୟକ ଖୁବ୍ ସନ୍ତୋଷ ଲାଭ କରିଛନ୍ତି।
ସେ ବିଧାୟକ ଜଣକ ହେଉଛନ୍ତି ଜଗଦୀଶ ନାରାୟଣ ମୀନା। ବିଜେପି ଟିକିଟ୍ରେ ସେ ଜମଓ୍ଵା ରାମଗଡ଼ ଆସନରୁ ନିର୍ବାଚନ ଜିଣି ବର୍ତ୍ତମାନ ବିଧାୟକ ଅଛନ୍ତି। ଖାଲି ପଡ଼ିଥିବା ୧୮ଟି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୧୮, ୦୦୮ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାର୍ଥୀ ମନୋନୟନ କରାଯାଇଥିଲା। ସେଥିରେ ବିଧାୟକଙ୍କ ପୁଅ ରାମ କିଷନ୍ଙ୍କ ନାଁ ରହିଛି ବୋଲି ବିଧାନସଭା ସୂତ୍ରରୁ ଜଣାପଡ଼ିଛି।
Image Courtesy of Samachar Plusଏକ ମନୋନୟନ ବୋର୍ଡ ଦ୍ୱାରା କରାଯାଇଥିବା ସାକ୍ଷାତ୍କାର ଆଧାରରେ ପ୍ରାର୍ଥୀ ମନୋନୟନ କରାଯାଇଥିଲା। କିନ୍ତୁ, ବିଧାୟକଙ୍କ ପୁତ୍ର ମନୋନୀତ ହୋଇଥିବା କାରଣରୁ ମନୋନୟନ ପ୍ରକ୍ରିୟା ବିରୋଧରେ ତଦନ୍ତ ଦାବି କରାଯାଇଥିଲା। ମୀନା ଅନୁସୂଚୀତ ଜନଜାତି ବର୍ଗର।
ରାଜସ୍ଥାନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚିନ୍ ପାଇଲଟ୍ କହନ୍ତି: ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଉଚିତ। ଯୁବକମାନଙ୍କୁ ୧୫ ଲକ୍ଷ ଚାକିରି ଦେବ ବୋଲି ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ଏବେ ସୃଷ୍ଟି କରିଥିବା ମାତ୍ର କେତେ ହଜାର ଚାକିରିରେ ପ୍ରିୟାପ୍ରୀତି ଆରମ୍ଭ କଲାଣି।
ଗ୍ରାମ ସେବକ ମନୋନୟନରେ ମଧ୍ୟ ଏ ଭଳି ପ୍ରିୟାପ୍ରୀତି କରାଯାଇଥିବାର ଅଭିଯୋଗ ଉଠିଥିଲା। ବିଦ୍ୟାର୍ଥୀ ମିତ୍ରଙ୍କ ପରିବର୍ତ୍ତେ ବିଜେପି ନେତାମାନଙ୍କର ଆତ୍ମୀୟମାନେ ଗ୍ରାମ ସେବକ ପଦବୀ ପାଇଁ ମନୋନୀତ ହୋଇଥିଲେ।
Jagdish Narayan Meena Image Courtesy of HTପ୍ରଥମ ଥର ବିଜେପି ବିଧାୟକ ହୋଇଥିବା ମୀନା କହନ୍ତି, ପଦବୀ ପୂରଣ ନିମନ୍ତେ ବିଧାନସଭା ସେକ୍ରେଟେରିଏଟ୍ ବିଜ୍ଞାପନ ଦେବା ପରେ ବତାଙ୍କ ବଡ଼ପୁଅ ରାମ କିଷନ୍ ଆବେଦନ କରିଥିଲା। ମୋ ପୁଅ ମାତ୍ର ମାଟ୍ରିକ୍ ପଢ଼ିଛି। ଚାରି ପିଲାଙ୍କ ମଧ୍ୟରେ ରାମ କିଷନ ବଡ଼ ହୋଇଥିବାରୁ ସେ ଆମର ଖମାର ଏବଂ ସାନ ପିଲାମାନଙ୍କର ତତ୍ତ୍ୱ ନେଉଥିଲା। ତେଣୁ ସେ କେବଳ ମାଟ୍ରିକ୍ ଯାଏଁ ପଢ଼ି ପାରିଥିଲା। ନିୟମିତ ମନୋନୟନ ପ୍ରକ୍ରିୟା ଦେଇ ପୁଅ ମନୋନୀତ ହୋଇଛି। ସେ ଚାକିରି ପାଇବାରେ କୌଣସି ଅସ୍ୱାଭିକତା ନାହିଁ।
ଅନ୍ୟ ରାଜନୈତିକ ନେତାମାନଙ୍କ ପରି ପୁଅକୁ ରାଜନୀତିକୁ କାହିଁକି ଛାଡ଼ିଲ ନାହିଁ ବୋଲି ପଚାରନ୍ତେ ସେ ରାଜନୀତି ସବୁ ଲୋକଙ୍କର ଚା କପ୍ ନୁହେଁ।
ଏହା ହେଉଛି ଚତୁର୍ଥ ଶ୍ରେଣୀ ସରକାରୀ ଚାକିରି ପାଇଁ ଆବେଦନ କରିଥିବା ଦ୍ୱିତୀୟ ବିଧାୟକଙ୍କ ପୁତ୍ର। ପୂର୍ବରୁ ବିଜେପି ବିଧାୟକ ହୀରା ଲାଲ୍ ବର୍ମାଙ୍କ ପୁଅ ହଂସରାଜ ଏଥି ପାଇଁ ଆବେଦନ କରିଥିଲେ। ସେ ମାତ୍ର ଅଷ୍ଟମ ଶ୍ରେଣୀ ଯାଏଁ ପଢ଼ିଥିଲେ। ୨୦୧୫ରେ ସେ ଆଜ୍ମେର୍ର କୃଷି ଉପଜ୍ ମଣ୍ଡିରେ ସାକ୍ଷାତ୍କାର ଦେବା ପାଇଁ ଉପସ୍ଥିତ ହୋଇଥିଲେ। ଦୁଇ ଦୁଇ ଥର ଟୋଙ୍କ୍ ଜିଲ୍ଲାରୁ ବିଧାୟକ ହୋଇଥିବା ବର୍ମା ରାଜନୀତିକୁ ଆସିବା ପୂର୍ବରୁ ରାଜ୍ୟ ସରକାରଙ୍କ ଅଧୀନରେ ଜଣେ ଅଫିସର ଥିଲେ। ସେ କହିଥିଲେ, ପୁଅ ସ୍ୱଳ୍ପ ଶିକ୍ଷିତ ହୋଇଥିବାରୁ ଚତୁର୍ଥ ଶ୍ରେଣୀ ଚାକିରି ପାଇଁ ଉପଯୁକ୍ତ। ସେ ତାକୁ ରାଜନୀତିରେ ପ୍ରବେଶ କରାଇବାକୁ ଚାହୁଁ ନାହାନ୍ତି କି, ତା’ କ୍ଷମତା ଏବଂ ଯୋଗ୍ୟତା ବାହାରେ ଥିବା ଅନ୍ୟ କୌଣସି କାମ କରାଇବାକୁ ଚାହୁଁ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/62217039.jpg)